କ୍ରୀଡ଼ା

ଖୁବ ଶୀଘ୍ର ଟେନିସରୁ ସନ୍ୟାସ ନେଇପାରନ୍ତି ସାନିଆ ମିର୍ଜା, ଦୁବାଇ ରେ ଖେଳିବେ କ୍ୟାରିୟରର ଶେଷ ମ୍ୟାଚ୍

ଭୁବନେଶ୍ୱର: ଭାରତର ଟେନିସ୍ ଖେଳାଳି ସାନିଆ ମିର୍ଜା ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି। ତାଙ୍କ ସହ ସ୍ୱାମୀ ଶୋଏବ ମଲିକଙ୍କ ମଧ୍ୟରେ କିଛି ଠିକ୍ ଚାଲିନାହିଁ। ସେମାନଙ୍କ ଛାଡପତ୍ର ଖବର ମଧ୍ୟ ଦୀର୍ଘ ସମୟ ଧରି ଚର୍ଚ୍ଚା ଚାଲିଛି । ଏହି ସମୟରେ ସାନିଆ ଆଉ ଏକ ବଡ ଘୋଷଣା କରି ପ୍ରଶଂସକଙ୍କୁ ଚକିତ କରି ଦେଇଛନ୍ତି। ସାନିଆ ଖୁବ ଶୀଘ୍ର ଟେନିସରୁ ସନ୍ୟାସ ନେଇପାରନ୍ତି ।

ଦୁବାଇ ଟେନିସ୍ ଚାମ୍ପିଅନସିପରେ ସାନିଆ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିବେ । ଏହି ଟୁର୍ନାମେଣ୍ଟ ୧୯ ଫେବୃଆରୀରୁ ଆୟୋଜିତ ହେବ। Wtatennis dot com ସହିତ କଥାବାର୍ତ୍ତା କରି ସାନିଆ କହିଛନ୍ତି, ମୁଁ ଗତ ବର୍ଷ ନିଜେ ଏକ ଅବସର ଯୋଜନା ପ୍ରସ୍ତୁତ କରିଥିଲି। କିନ୍ତୁ ଡାହାଣ କାନ୍ଧରେ ଆଘାତ ହେତୁ, ୟୁଏସ୍ ଓପନ୍ ଏବଂ ଅନ୍ୟାନ୍ୟ ଟୁର୍ଣ୍ଣାମେଣ୍ଟରୁ ନିଜ ନାମକୁ ପ୍ରତ୍ୟାହାର କରିବାକୁ ପଡିଥିଲା । ମୁଁ ଜଣେ ବ୍ୟକ୍ତି ଯିଏ ମୋ ନିଜ ସର୍ତ୍ତରେ ବଞ୍ଚେ । ଆଘାତ ହେତୁ ବାହାରକୁ ଯିବାକୁ ଚାହୁଁନଥିଲି ଏବଂ ବର୍ତ୍ତମାନ ମୁଁ ଟ୍ରେନିଂ ନେଉଛି । ଦୁବାଇ ଟେନିସ୍ ଚାମ୍ପିଅନସିପ୍ ପରେ ମୁଁ ଅବସର ପାଇଁ ଯୋଜନା ପ୍ରସ୍ତୁତ କରିଛି।

ଉଲ୍ଲେଖନୀୟ କଥା ହେଉଛି, ସାନିଆ ତାଙ୍କ କ୍ୟାରିଅର୍ ସମୟରେ ଅନେକ ବଡ଼ ଟୁର୍ଣ୍ଣାମେଟ ଜିତିଛନ୍ତି।୨୦୦୪ ମସିହାରେ ସାନିଆଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ପରେ ସେ ୨୦୦୬ ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ତାଙ୍କୁ ରାଜୀବ ଗାନ୍ଧୀ ଖେଲ ରତ୍ନ ପୁରସ୍କାର ଏବଂ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ ମଧ୍ୟ କରାଯାଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com