କ୍ରୀଡ଼ା

ପୁଣି ଥରେ ଚର୍ଚ୍ଚାରେ ବିରାଟ କୋହଲି, କୋହଲିଙ୍କୁ ଆରାମର ଆବଶ୍ୟକତା ରହିଛି: ଶାସ୍ତ୍ରୀ

() ଟିମ୍ ଇଣ୍ଡିଆର ପୂବର୍ତନ କ୍ୟାପେଟନ ବିରାଟ କୋହଲି କିଛି ନା କିଛି ବିଷୟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ତାଙ୍କ ଫ୍ୟାନମାନେ ମଧ୍ୟ ବିଭିନ୍ନ କାରଣକୁ ନେଇ ତାଙ୍କୁ ସବୁବେଳେ ପ୍ରଶଂସା ଏବଂ ସମାଲୋଚନା ବି କରିଥାନ୍ତି । ଏବେ ସେ IPLରେ RCB ପକ୍ଷରୁ ମ୍ୟାଚ ଖେଳୁଥିବା ବେଳେ ମ୍ୟାଚରେ ପ୍ରତି ରନ୍ ପାଇଁ ସଂଘର୍ଷ କରୁଥିବା ଦେଖାଯାଉଛି ।

ସେ ଏବେ ଭଲ ଫର୍ମରେ ନାହାନ୍ତି ବୋଲି ତାଙ୍କ ଫ୍ୟାନମାନେ ଆଲୋଚନା କରୁଥିବା ବେଳେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ରବି ଶାସ୍ତ୍ରୀ  ବିରାଟଙ୍କୁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି ।  ଶାସ୍ତ୍ରୀ କହିଛନ୍ତି ଯେ, ବିରାଟ ବହୁତ ଦିନରୁ କ୍ରିକେଟ ଖେଳୁଛନ୍ତି । କରୋନା ସମୟରେ ଗତ କିଛି ବର୍ଷରୁ ବାୟୋ ବବଲରେ ମ୍ୟାଚ୍ ଖେଳା ଯାଉଛି ।  ଏହାରି ଭିତରେ କୋହଲି ମାନସିକ ସ୍ତରରେ ହାଲିଆ ହୋଇଗଲେଣି । ଯଦି କୋହଲି ଆଗକୁ ଥିବା କିଛି ବର୍ଷ ଏପରି ଖେଳିବାକୁ ଚାହାନ୍ତି ତାହାଲେ ତାଙ୍କୁ ଏବେ ଆରାମର ଆବଶ୍ୟକତା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com