Breaking NewsFeaturedରାଜନୀତି

କଂଗ୍ରେସର ନ୍ୟାୟ ଯାତ୍ରାକୁ ମଣିପୁରରେ ବାରଣ ପଛରେ କଣ ରହିଛି ରହସ୍ୟ, ଦେଖନ୍ତୁ ।

ମଣିପୁର ପାଇଁ ଖୁବ ଲଢିଲେ । ମଣିପୁର ପାଇଁ ରାଜନୀତି କଲେ । ସଂସଦ ହୁଲସ୍ତୁଲ କଲେ । ମଣିପୁର ପାଇଁ ମୋଦିଙ୍କୁ ଟାର୍ଗେଟ କଲେ । ହେଲେ ଏବେ ରାହୁଲଙ୍କୁ ମନା ମଣିପୁର । ଏକଥା ଆମେ କହୁନୁ । ଏଭଳି ଅଙ୍କୁଶ ଲଗାଇଛନ୍ତି ମଣିପୁର ସରକାର । କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରାକୁ ପରମିଶନ ଦେଇନାହାନ୍ତି ବିରେନ୍ ସିଂ ସରକାର । ଫଳରେ ଯାତ୍ରା ଆରମ୍ଭରୁ କଂଗ୍ରେସକୁ ଲାଗିଛି ବଡ ଝଟକା । ଯାହାକୁ ନେଇ ଅଡୁଆରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ଆରମ୍ଭ ପୂର୍ବରୁ ଲାଗିଛି ବ୍ରେକ୍ । ତେଣୁ ଏହି ଯାତ୍ରା ଆରମ୍ଭ କରିବା ପାଇଁ ଅନ୍ୟ ବିକଳ୍ପ ରାସ୍ତା ଖୋଜୁଛି କଂଗ୍ରେସ ।

ଏଠାରେ କହିରଖୁଛୁ ଯେ, ଆସନ୍ତା ଜାନୁଆରୀ ୧୪ରୁ ଭାରତ ଯୋଡ ନ୍ୟାୟ ଯାତ୍ରା ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ । ମଣିପୁରରୁ ମୁମ୍ବାଇ ଦୀର୍ଘ ୬୭୦୦କିମି ଯାତ୍ରା ପାଇଁ ହେଉଛି ସଜବାଜ । ଏନେଇ ମଣିପୁରର ରାଜଧାନୀ ଇମ୍ଫାଲର ପ୍ରସିଦ୍ଧ କାଙ୍ଗଜେଇବୁଙ୍ଗ ପଡିଆରୁ ଏହି ଯାତ୍ରାର ଶୁଭାରମ୍ଭ କରିଥାନ୍ତେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଏନେଇ ବୁଧବାର ସକାଳେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହଙ୍କୁ ଭେଟିବାକୁ ଯାଇଥିଲେ ମଣିପୁର କଂଗ୍ରେସ କମିଟି ସଭାପତି ତଥା ବରିଷ୍ଠ କଂଗ୍ରେସ ବିଧାୟକ କେ ମେଘଚନ୍ଦ୍ର ଏବଂ ଦଳୀୟ ନେତାଙ୍କ ଏକ ଟିମ୍ । ହେଲେ ବିରେନ ସିଂହ ଏହି ଯାତ୍ରା ନେଇ ଅନୁମତି ଦେଇନଥିବା ଜଣାପଡିଛି ।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଲାଗି ରହିଥିବାରୁ ଏହି ଯାତ୍ରାକୁ ଅନୁମତି ଦିଆଯାଇନଥିବା କୁହାଯାଉଛି। ଫଳରେ ଅନ୍ୟ ଏକ ସ୍ଥାନର ବିକଳ୍ପ ଖୋଜୁଛି କଂଗ୍ରେସ । ସେପଟେ ୬୩ ବର୍ଷୀୟ ଏନ ବିରେନ ସିଂ ହେଉଛନ୍ତି ବିଜେପି ଦଳର ଜଣେ ବରିଷ୍ଠ ନେତା । ଜଣେ ସାମ୍ବାଦିକ ଫୁଟବଲ ଖେଳାଳୀ ଭାବରେ ରହିଛି ବେଶ ଲୋକପ୍ରିୟତା । ଜଣେ ଚତୁର ରାଜନେତା ଭାବେ ତାଙ୍କୁ ବିଚାର କରାଯାଏ । ତେବେ ମଣିପୁର ଦଙ୍ଗାକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳମାନେ ବିଜେପି ଆଉ ମୋଦି ସରକାରକୁ ଖୁବ ଭର୍ତ୍ସନା କରିଥିଲେ । ତେଣୁ ଏହାକୁ ଚେକ୍ ଦେବା ପାଇଁ ବର୍ତମାନ ବିଜେପି ପାଖରେ ରହିଛି ବଡ ଅସ୍ତ୍ର । ମଣିପୁର ଇସୁ୍ୟ କରି କଂଗ୍ରେସ ଯେଉଁ ନ୍ୟାୟ ଯାତ୍ରା ପାଇଁ ସଜବାଜ ହେଉଥିଲା ତାହା ବିଜେପି ପାଇଁ ମେରି ବିଲି ମୁଝେ ମିଆଉଁ ଭଳି ସାବ୍ୟସ୍ତ ହୋଇଥାନ୍ତା । ତେଣୁ ରାଜନୀତିର ଗୋଟି ଚାଳନାରେ କଂଗ୍ରେସର ଏହି ଯାତ୍ରା ଆରମ୍ଭକୁ ବିଜେପି ଝଟକା ଦେଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା । ଏବେ ଦେଖିବାକୁ ବାକି ରହିଲା , କେଉଁଠାରୁ ଏହି ଯାତ୍ରା ଆରମ୍ଭ କରୁଛି କଂଗ୍ରେସ ।

Related Articles

Back to top button
WP Twitter Auto Publish Powered By : XYZScripts.com