କ୍ରୀଡ଼ା

ୟୁକ୍ରେନ-ଋଷ ଯୁଦ୍ଧର ଇଫେକ୍ଟ: ଫୁଟବଲ ବିଶ୍ୱକପରୁ ଋଷକୁ ବାସନ୍ଦ କଲା ଫିଫା, ଆଇସ୍ ହକି ଫେଡେରେସନରୁ ମଧ୍ୟ ନିଲମ୍ବିତ

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ସାରା ବିଶ୍ୱରେ ତୀବ୍ର ନିନ୍ଦା କରାଯାଇଛି । ଋଷ ବିରୋଧରେ ନିଜ ଦେଶର ଲୋକ ବି ଆଗକୁ ଆସୁଛନ୍ତି । ଯୁଦ୍ଧ ରୋକିବାକୁ ପୁଟିନ ସେନାକୁ ନିବେଦନ କରୁଛନ୍ତି ସାରା ଦେଶବାସୀ । ପୁଟିନଙ୍କ ଏକଛତ୍ରବାଦ ନୀତିକୁ ବିରୋଧକରି ଏକାଠି ହେଉଛନ୍ତି ଲୋକେ ।
ତଥାପି ନିଜ ଜିଦ୍‌ରେ ଅଟଳ ଅଛନ୍ତି ଭ୍ଲାଦିମିର ପୁଟିନ । ହେଲେ ପୁଟିନଙ୍କ ଏହି ମନୋଭାବ ଏବେ ମହଙ୍ଗା ସାବ୍ୟସ୍ତ୍ୟ ହେବାକୁ ବସିଛି । ୟୁକ୍ରେନ-ଋଷ ଯୁଦ୍ଧ ପ୍ରଭାବ ଏବେ ଖେଳ ମୈଦାନ ଉପରେ ଦେଖିବାକୁ ମିଳିଛି । ଋଷ ଉପରେ କଡା ଆଭିମୁଖ୍ୟ ପୋଷଣ କରିଛି ଫିଫା । ଫୁଟବଲ ୱାର୍ଲ୍ଡ କପରୁ ଋଷକୁ ବାଦ ଦେଇଛି ଫିଫା । ଚଳିତ ବର୍ଷ ଫିଫା ୱାର୍ଲ୍ଡ କତାରରେ ଆୟୋଜିତ ହେବାକୁ ଯାଉଛି ।
କେବଳ ଏହି ଗୋଟିଏ ଟୁର୍ଣ୍ଣାମେଣ୍ଟ ନୁହେଁ ସବୁଥିରୁ ଋଷକୁ ବାସନ୍ଦ କରାଯାଇଛି । ଇଣ୍ଟରନ୍ୟାସନାଲ ଆଇସ୍ ହକିରୁ ମଧ୍ୟ ଋଷକୁ ବାଦ ଦିଆଯାଇଛି । ଋଷ ସହ କୌଣସି ଇଭେଣ୍ଟ ଖେଳିବାକୁ ମନା କରିଦେଇଛନ୍ତି ପୋଲାଣ୍ଡ, ୱିଡେନ୍ ଓ ଚେକ୍ ରିପବ୍ଲକ୍ ।
ଆଇସ୍ ହକିରେ ଆଗକୁ ଋଷକୁ ସାମନା କରିଥାନ୍ତା ପୋଲାଣ୍ଡ । ଯାହା ମସ୍କୋରେ ଅନୁଷ୍ଠିତ ହେବାକୁ ଥିଲା । ଉଭୟ ଫିଫା ଓ ଆଇସ୍ ହକି ୟୁଇଏଫଏ ଉଭୟ ୟୁକ୍ରେନକୁ ସହାନୁଭୂତି ଦେଖାଉଥିବାବେଳେ ଋଷକୁ ଘୋର ବିରୋଧ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com