Breaking NewsFeaturedରାଜନୀତି

ମଧ୍ୟପ୍ରଦେଶ ନିର୍ବାଚନ: ଏସଡିଏମ ନିଶା ବାଙ୍ଗରେଙ୍କ ସହ ରାଜନୈତିକ ଖେଳ ଖେଳୁଛି ବିଜେପି-କଂଗ୍ରେସ ।

ଆଉ ଦିନ କେଇଟା ପରେ ମଧ୍ୟପ୍ରଦେଶ ନିର୍ବାଚନ । ଏନେଇ ଉଭୟ ବିଜେପି ଓ କଂଗ୍ରେସ ଭିତରେ ଚାଲିଛି ଜୋରଦାର ଟକ୍କର । ଏହାରି ଭିତରେ ନିଶା ବାଙ୍ଗରେଙ୍କୁ ନେଇ ଚର୍ଚ୍ଚା ଜୋର । କାରଣ ରାଜନୀତିର ଚକ୍ରବ୍ରୁହରେ ଫସିଛନ୍ତି ଏହି ପ୍ରଶାସନିକ ଅଧିକାରୀ । ତାଙ୍କୁ ନେଇ ଉଭୟ ଭିଜେପି ଓ କଂଗ୍ରେସ ଆରମ୍ଭ କରିଦେଇଛନ୍ତି ରାଜନୈତିକ ଖେଳ । ତେବେ କିଏ ଏହି ନିଶା ବାଙ୍ଗରେ । କାହିଁକି ପୁଣିଥରେ ନିଶାଙ୍କୁ ନେଇ ଆସିଛି ଖବର । ଆସନ୍ତୁ ଜାଣିବା ।

ମଧ୍ୟପ୍ରଦେଶ ଛତ୍ରପୁରର ଡେପୁଟି କଲେକ୍ଟର ନିଶା ବାଙ୍ଗରେ । ମଙ୍ଗଳବାର ତାଙ୍କର ଇସ୍ତଫା ଗ୍ରହଣ କରିଛନ୍ତି ରାଜ୍ୟ ସରକାର । କିନ୍ତୁ ଆଲୋଚନାର କାରଣ ଇସ୍ତଫା ଗ୍ରହଣ ନୁହେଁ, ବରଂ ଯେଉଁ ସମୟରେ ଏହାକୁ ମଂଜୁର ଦିଆଗଲା, ତାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ନିଶା । କୁହାଯାଉଥିଲା କି ଆମଲା ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ବାଙ୍ଗରେ । ଏନେଇ ବି ନିଶାଙ୍କ ଇସ୍ତଫା ମଂଜୁର ହେବାକୁ ଅପେକ୍ଷା କରିଥିଲା ଦଳ । କିନ୍ତୁ ଏହି ପ୍ରସଙ୍ଗରେ ବିଳମ୍ବ ଓ ନୋମିନେଶନ ପାଇଁ କମ ଦିନ ବାକି ଥିବାରୁ କଂଗ୍ରେସ ତାର ଆଶାୟୀ ପ୍ରାର୍ଥୀଙ୍କ ନା ଘୋଷଣା କରିଦେଇଛି । ଆଉ ଏବେ ନିଶା ବାଙ୍ଗରେଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ଯେମିତି ସେ ଇସ୍ତପା ଦେଇ ସାରିଥିବାରୁ ବର୍ତମାନ କଣ କରିବେ, ଯଦି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରନ୍ତି ତେବେ କେଉଁ ଆସନରୁ ଏବଂ କାହା ଟିକେଟରୁ ଲଢିବେ ତାକୁ ନେଇ ଆଲୋଚନା ଚାଲିଛି । ସେପଟେ ବିଜେପି ଜାଣିଶୁଣି ନିଶାଙ୍କ ଇସ୍ତଫା ଗ୍ରହଣ କରିବାରେ ଡେରି କରିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି । କାରଣ ମଧ୍ୟପ୍ରଦେଶର ୨୩୦ସିଟ ମଧ୍ୟରୁ କେବଳ ଆମଲା ଆସନକୁ ଛାଡିଦେଲେ ବାକି ୨୨୯ରେ ପ୍ରାର୍ଥୀ ଦେଇସାରିଛି କଂଗ୍ରେସ । ତେଣୁ ନିଶାଙ୍କୁ ସେଥିରେ ଟିକେଟ ଦେବାକୁ ନେଇ ସ୍ଥିର କରିଥିଲା ଦଳ ।

ଏପରିକି କଂଗ୍ରେସ ନେତା ବିନ ତାଙ୍କ ସମର୍ଥନରେ ଥିବା ଜଣାପଡିଛି । ତେବେ ନିଶାଙ୍କ ଇସ୍ତଫାକୁ କଂଗ୍ରେସ ଅପେକ୍ଷା କରିଥିବା ବେଳେ ବିଜେପି କଂଗ୍ରେସକୁ ଅପେକ୍ଷା କରିଥିଲା । ଆଉ ବିଳମ୍ବ ନେଇ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ମାତ୍ରେ ନିଶା ବାଙ୍ଗରେଙ୍କ ଇସ୍ତଫା ଗ୍ରହଣ କରି ସମସ୍ତଙ୍କୁ ଚକିତ କରିଦେଇଛି ବିଜେପି । ଏସବୁ ଦୃଷ୍ଟିରୁ ବିଜେପି ଓ କଂଗ୍ରେସର ରାଜନୀତିର ଚକ୍ରବୃହରେ ଏସଡିଏମ ନିଶା ବାଙ୍ଗରେ ଫଶି ଯାଇଥିବା ନେଇ ମତ ଦେଉଛନ୍ତି ବିଶେଷଜ୍ଞ ।

Related Articles

Back to top button
WP Twitter Auto Publish Powered By : XYZScripts.com