ଅନ୍ୟାନ୍ୟ

ବାହାହେଲେ ୧୦ଟି ଛୁଆର ମାଆ

ଭୁବନେଶ୍ୱର, ୦୩/୦୫/୨୦୨୩ –   ଭାରତରେ କୌଣସି ନା କୌଣସି ସ୍ଥାନରେ ବିବାହ ପ୍ରାୟ ସବୁଦିନେ ଅନୁଷ୍ଠିତ ହୋଇଥାଏ । ସେଥିମଧ୍ୟରୁ କିଛି ବିବାହ ପ୍ରସ୍ତାବିତ ହୋଇଥିବା ବେଳେ ଆଉ କିଛି ପ୍ରେମ ବିବାହ ହୋଇଥାଏ । ତେବେ ଏହି ସବୁ ବିବାହ ମଧ୍ୟରେ ଏମିତି କିଛି ଘଟଣା ଘଟିଥାଏ ଯାହା ଯୁବ୍ ଭାଇରାଲ ହୋଇଥାଏ । ଆଉ ଏମିତି କିଛି ବିବାହ ଥାଏ ଯାହା ଖୁବ୍ ଚର୍ଚ୍ଚାରେ ରହିଥାଏ । ତେବେ ଏପରି ଏକ ବିବାହର ଖବର ସାମ୍ନାକୁ ଆସିଛି । ଯାହାକୁ ଆପଣ ବି ଶୁଣିଲେ ଆପଣଙ୍କର ମଧ୍ୟ ହୋସ ଉଡିଯିବ ।

ଖବର ଅନୁସାରେ ୧୦ଟି ପିଲା ଥିବା ଜଣେ ମହିଳା ଆଉ ଥରେ ବିବାହ କରିଛନ୍ତି । ତାହା ପୁଣି ଜବରଦସ୍ତି । ତେବେ ପୁରା ଘଟଣା ଥିଲା ଏମିତି । ସୋନି ଦେବୀ ନାମକ ଜଣେ ୪୨ ବର୍ଷୀୟ ମହିଳା ଗୁରୁକୂଳ ପିଜି କଲେଜରେ ଛୋଟମୋଟ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ଆଉ ଏହି ସମୟ ମଧ୍ୟରେ ତାଙ୍କର ପରିଚୟ ହୋଇଥିଲା ୪୦ ବର୍ଷୀୟ ବାଲେନ୍ଦ୍ରଙ୍କ ସହିତ । ଯିଏ କି ତାଙ୍କ ଠାରୁ ୨ ବର୍ଷ ସାନ ଥିଲେ । ଆଉ ଉଭୟଙ୍କ ମଧ୍ୟରେ ସମ୍ପର୍କ ଅତି ଘନିଷ୍ଠ ହୋଇଥିଲା । ଏହାପରେ ପରସ୍ପରକୁ ଦୁହେଁ ଭଲ ପାଇଥିଲେ । ୫ ବର୍ଷ ଭଲ ପାଇବା ମଧ୍ୟରେ ବାଲେନ୍ଦ୍ର ବାରମ୍ବାର ସୋନିଙ୍କୁ ଦେଖା କରିବାକୁ ଆସୁଥିଲେ ।

ତେବେ ଏହାପରେ ଦୁହିଁଙ୍କ ସମ୍ପର୍କକୁ ବିରୋଧ କରିଥିଲେ ଗ୍ରାମବାସୀ । ପରିସ୍ଥିତି ଏପରି ହୋଇଥିଲା ଯେ ଦୁହିଁଙ୍କ ପାଇଁ ଗାଁରେ ପଞ୍ଚାୟତ ଡକାଗଲା । ସେଥିରେ ସୋନି ଏବଂ ବାଲେନ୍ଦ୍ରଙ୍କୁ ବିବାହ କରାଇବାକୁ ନିଷ୍ପତ୍ତି ନିଆଯାଇଥିଲା । କାରଣ ଏହା ପୂର୍ବରୁ ୧୦ଟି ଛୁଆଙ୍କୁ ଛାଡି ସୋନି ତାଙ୍କ ପ୍ରେମିକଙ୍କ ସହ କେଉଁ ଆଡେ ଚାଲି ଯାଇଥିଲେ । ଏହି ଛୁଆଙ୍କ ଭିତରେ ୬ ଜଣ ପୁଅ ଓ ୪ଟି ଝିଅ ରହିଛନ୍ତି ।

କିଛିଦିନ ପରେ କୌଣସି କାମରେ ଗାଁକୁ ଫେରିଥିବାବେଳେ ଗ୍ରାମବାସୀ ସେମାନଙ୍କୁ ଅଟକାଇ ଆଇନ ଅନୁସାରେ ସେମାନଙ୍କର ବିବାହ କରାଇଥିଲେ । ବିଦାୟୀ ସମୟରେ ମଧ୍ୟ ଦୁହିଁଙ୍କୁ କିଛି ଉପହାର ଦେଇଥିଲେ ଗ୍ରାମବାସୀ । ଏହି ବିବାହପରେ ୧୦ଟି ପିଲାଙ୍କୁ ବାପର ସ୍ନେହ ମିଳିବ ବୋଲି ଆଶା କରିଛନ୍ତି ଗ୍ରାମବାସୀ । ତେବେ ଏହି ଘଟଣା ଘଟିଛି ଉତ୍ତରପ୍ରଦେଶର ଗୋରଖପୁର ଅଞ୍ଚଳର ଦାଦ୍ରୀ ଗ୍ରାମରେ । ତେବେ ବିବାହ କରିଥିବା ମହିଳାଙ୍କ ସ୍ୱାମୀ ବିଜୟ ଶର୍ମା ୬ ପୂର୍ବରୁ ଅସୁସ୍ଥତା କାରଣରୁ ମୃତ୍ୟବରଣ କରି ସାରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com