Breaking NewsFeaturedଅନ୍ୟାନ୍ୟ

ଦକ୍ଷିଣ ଫିଲିପାଇନ୍ସର ‘ମିଣ୍ଡାନାଓ’ରେ ବଡ଼ ଧରଣର ଭୂକମ୍ପ ଝଟକା

ଦକ୍ଷିଣ ଫିଲିପାଇନ୍ସର ‘ମିଣ୍ଡାନାଓ’ରେ ବଡ଼ ଧରଣର ଭୂକମ୍ପ ଝଟକା । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୫ ରେକର୍ଡ କରାଯାଇଛି । କ୍ଷୟକ୍ଷତି ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଭୂକମ୍ପ ପ୍ରଭାବରେ ଫିଲିପାଇନ୍ସ ଉପକୂଳ ଓ ଦକ୍ଷିଣ-ପଶ୍ଚିମ ଜାପାନ ଉପକୂଳରେ ସୁନାମୀ ଆସିବା ଆଶଙ୍କା କରାଯାଉଛି । ଏ ନେଇ ହାଇଆଲର୍ଟ କରାଯାଇଛି । ଗଭୀର ସମୁଦ୍ରରେ ରହିଥିବା ଜାହାଜଗୁଡିକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସେହିଠାରେ ରହିବାକୁ କୁହାଯାଇଛି । ଉପକୂଳ ନିକଟରେ ରହୁଥିବା ଲୋକଙ୍କୁ ତୁରନ୍ତ ସ୍ଥାନ ଖାଲି କରି ଦୂରକୁ ଚାଲିଯିବାକୁ କୁହାଯାଇଛି ।

ସେପଟେ ୟୁଏସ୍ ସୁନାମୀ ୱାର୍ଣ୍ଣିଂ ସିଷ୍ଟମ୍ ଆକଳନ କରିଛି ଫିଲିପାଇନ୍ସ ଉପକୂଳର କିଛି ସ୍ଥାନରେ ୩ ମିଟର ଉଚ୍ଚର ଜୁଆର ଉଠିବା ଆଶଙ୍କା ରହିଛି । ଜାପାନ ସରକାର ମଧ୍ୟ ଉପକୂଳ ଅଂଚଳକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୟୁରୋପୀୟ ସିସମୋଲୋଜିକାଲ୍ ସେଂଟର ଦକ୍ଷରୁ କୁହାଯାଇଛି, ଭୂଗର୍ଭର ୬୩ କିଲୋମିଟର ତଳେ ୭.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com