Featuredଓଡ଼ିଶା

ପୁରୀ ସମୁଦ୍ରରେ ନିର୍ମାଣ ହେବ ଭସା ପୋଲ

ପୁରୀ ସମୁଦ୍ରରେ ନିର୍ମାଣ ହେବ ଏକ ଭସା ପୋଲ । ପର୍ଯ୍ୟଟକମାନେ ଭସା ପୋଲରେ ଯାଇ ସମୁଦ୍ର ମଝିରେ ଜଳକ୍ରୀଡ଼ାର ମଜା ନେବେ । ଏଥିରେ ଏକ ସଙ୍ଗେ ୫ ହଜାର ପର୍ଯ୍ୟଟକ ଯାତ୍ରା କରିପାରିବେ । ଏଥିସହିତ ଜେଟ ସ୍କି, ସର୍ଫିଂ, ପାରାସେଲିଂ, ୱାର ସ୍କେଟିଂ, ଡାଇଭିଂ ଆଜି ବିଭିନ୍ନ ପ୍ରକାରର ଜଳ ରୋମାଞ୍ଚର ମଜା ନେଇପାରିବେ । ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜଳକ୍ରୀଡ଼ା କମିଟି ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି । ତେବେ ସୂଚନା ମୁତାବକ, ଆସନ୍ତା ୨୦୨୩ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବ । ନୋ ଅବଜେକସନ ସାର୍ଟିଫିକେଟ (ଏନଓସି) ମିଳିବା ପରେ ଏହି କାର୍ଯ୍ୟ ଆଗେଇବ ବୋଲି କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com