Featuredରାଜନୀତି

କେଉଁଠୁ ଲଢିବେ ପ୍ରିୟଙ୍କା

୨୦୨୪ରେ ହେବାକୁ ଯାଉଛି ଲୋକସଭା ନିର୍ବାଚନ । ନିର୍ବାଚନ ଲଢିବାକୁ ଏବେ ଠାରୁ ଆରମ୍ଭ ହୋଇଗଲାଣି ଅଙ୍କକଶା । ଏନେଇ ପ୍ରମୁଖ ଦଳର ନେତା ଓ କର୍ମୀମାନେ ଜୋର ସୋରରେ ଲାଗି ପଡିଛନ୍ତି । ଦେଶରୁ ବିଜେପି ସରକାରକୁ ହଟେଇବା ପାଇଁ କଂଗ୍ରେସ ସହ ମିଶି ୨୬ଟି ବିରୋଧୀ ଦଳ ଗଠନ କରିଛନ୍ତି ଆଇଏନଡିଆଇଏ ଟିମ । ତେବେ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଫଳରେ ଏହି ପର୍ଯ୍ୟାୟରେ କଂଗ୍ରେସ ଅନେକ ରାଜ୍ୟର ରାଜ୍ୟ ସଭାପତିଙ୍କୁ ମଧ୍ୟ ବଦଳାଇ ଦେଇଛି ।

ଉତ୍ତରପ୍ରଦେଶର ରାଜ୍ୟ ସଭାପତି ଭାବେ ଦଳ କଂଗ୍ରେସର ବରିଷ୍ଠ ନେତା ଅଜୟ ରାୟଙ୍କୁ ନିଜୁକ୍ତ କରିଛନ୍ତି । ବର୍ତ୍ତମାନ ଅଜୟ ରାୟ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେବାପରେ ବୟାନ ଦେବା ଆରମ୍ଭ କରିଦେଇଛନ୍ତି । ସେ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଆଶନ ନେଇ ସେ ଏକ ବଡ ଟିପ୍ପଣୀ ଦେଇଛନ୍ତି । ଅଜୟ କହିଛନ୍ତି ଯେ ରାହୁଲ ଗାନ୍ଧୀ ଆମେଥିରୁ ଲୋକସଭା ନିର୍ବାଚନ ଲଢିବେ । ସେହିପରି ପ୍ରିୟଙ୍କା ଗାନ୍ଧୀଙ୍କ ନିର୍ବାଚନ ଲଢିବାକୁ ନେଇ ମଧ୍ୟ ଏକ ବଡ ଟିପ୍ପଣୀ ଦେଇଛନ୍ତି ।

ସେ କହିଛନ୍ତି ଯେ ପ୍ରିୟଙ୍କା ଗାନ୍ଧୀ ଚାହିଁଲେ ବାରଣାସୀରୁ ନିର୍ବାଚନ ଲଢିପାରିବେ । ପ୍ରିୟଙ୍କା ବାରଣାସୀରୁ ନିର୍ବାଚନ ଲଢିଲେ ଆମର ପ୍ରତ୍ୟକ କର୍ମୀ ତାଙ୍କ ପାଇଁ ଜି-ଜାନ ଲଗେଇ ଦେବେ । ସେହିପରି ଏକ ପ୍ରଶ୍ନର ଉତ୍ତରରେ ସ୍ମୃତି ଇରାନୀଙ୍କୁ କଟାକ୍ଷ କରି କହିଛନ୍ତି ଯେ, ସେ ଚିନି କିଲୋଗ୍ରାମ ପ୍ରତି ୧୩ ଟଙ୍କାରେ ଯୋଗାଉଥିଲେ । ଆପଣମାମନେ ୧୩ ଟଙ୍କାରେ ଚିନି ପାଉଛନ୍ତି କି ?

ତେବେ ୟୁପି ରାଜ୍ୟ କଂଗ୍ରେସ ସଭାପତି ଅଜୟ ରାୟ କହିଛନ୍ତି । ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖଡଗେ ମୋ ଉପରେ ଯେଉଁ ବିଶ୍ୱାସ ଓ ଭରସା ରଖିଛନ୍ତି, ମୁଁ ସେହି ବିଶ୍ୱାସ ଓ ଭରସା ନେଇ ଲୋକଙ୍କ ପାଖକୁ ଯିବି । ସେ ଆହୁରି ମଧ୍ୟ କହିଛନ୍ତି ରାହୁଲ ଗାନ୍ଧୀଙ୍କ କର୍ମୀ ବିଜେପି ଓ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସମ୍ପୂର୍ଣ୍ଣ ଶକ୍ତିର ସହ ଲଢୁଛନ୍ତି । ବର୍ତ୍ତମାନ ଚନେ୍ଦାଲିରୁ ଗାଜିଆବାଦ ପର୍ଯ୍ୟନ୍ତ ଲଢାଯିବ । ବନାସର ହେଉଛି ମହାଦେବଙ୍କ ଭୂମି । ଆଉ ମହାଦେବଙ୍କ ଭୂମୀରୁସହିଁ ଏହି ବିଗୁଲ ବାଜି ସାରିଛି ।

ଜାହାର ପ୍ରଭାବ ସାରା ରାଜ୍ୟରେ ଦେଖାଯିବ । ଆଉ ଲୋକସଭା ନିର୍ବାଚନରେ କଂଗ୍ରେସ ଜିତିବ । ସେହିପରି ଯୋଗୀ ସରକାରଙ୍କୁ ନେଇ ଅଜୟ କହିଛନ୍ତି ଯେ ରାଜ୍ୟରେ ସବୁଠୁ ବଡ ପ୍ରସଙ୍ଗ ହେଉଛି ବେକାରୀ, ମୁଦ୍ରାସ୍ଫୀତି ଏବଂ ଲୋକଙ୍କୁ ଭୟଭିତ କରି ସାଙ୍ଗରେ ନେବା । ହେଲେ ରାହୁଲ ଗାନ୍ଧୀ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯେଉଁ ପ୍ରେମର ବାର୍ତ୍ତା ଦେଇଛନ୍ତି, କଂଗ୍ରେସ ଅଧ୍ୟକ୍ଷ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ବାର୍ତ୍ତା ଦଳର ରାଜ୍ୟ କର୍ମୀମାନେ ଏହାକୁ ଘରେ ଘରେ ପହଞ୍ଚାଇବେ ।

ଆଗକୁ ଲୋକସଭା ନିର୍ବାଚନ ଥିବା ବେଳେ ଦେଖିବାକୁ ବାକି ରହିଲା ୟୁପିରେ ଜନତା କେଉଁ ଦଲ ଉପରେ ଆସ୍ତା ପ୍ରକଟ କରୁଛନ୍ତି । ଏବଂ କିଏ କ୍ଷମତାକୁ ଆସୁଛନ୍ତି । ତେବେ କଂଗ୍ରେସର ଏହି ବରିଷ୍ଠ ନେତାଙ୍କ କଥାକୁ ଏମିତି ହାଲକାରେ ନିଆ ଯାଇ ପାରେନା । କାରଣ ତାଙ୍କ କଥାରେ ଦମ ଅଛି ବୋଲି ଏବେ ସବୁଠି ଚର୍ଚ୍ଚା ଜେର ଧରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com