Breaking NewsFeaturedରାଜନୀତି

ବିରୋଧୀ ମେଣ୍ଟରେ ଘୋଷଣା ହେବନି ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ! କିଏ ଓ କାହିଁକି ଏମିତି କହିଲେ, ଦେଖନ୍ତୁ ।

ବିନା ପ୍ରଧାନମନ୍ତ୍ରୀ ପ୍ରାର୍ଥୀରେ ନିର୍ବାଚନ ଲଢିବ ବିରୋଧୀଙ୍କ ମିଳିତ ମେଂଟ ଆଇଏନଡିଆଇଏ । ନିର୍ବାଚନ ପୂର୍ବରୁ ନାଁ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ । ଏଭଳି ବୟାନ ଦେଇଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର । ସେ କହିଛନ୍ତି କି ୧୯୭୭ରେ ମଧ୍ୟ ଘଟିଥିଲା ଏମିତି ଘଟଣା । ମୋରାଜି ଦେଶାଇ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ରେସରେ ନଥିଲେ ଓ ବିରୋଧୀ ବିନା ପ୍ରଧାନମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢିଥିଲେ । ତେଣୁ ୨୪ରେ ବିରୋଧୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ କି ନାହିଁ, ତାର ନିଷ୍ପତି ଲୋକେ ନେବେ । ଲୋକମାନେ ପରିବର୍ତନ ଚାହୁଁଥିଲେ ନିଜର ପକ୍ଷ ରଖି ପାରିବେ । ତେଣୁ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଚେହେରା ଘୋଷଣା କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଏହି ବରିଷ୍ଠ ନେତା । ତେବେ ଏଠାରେ କହିରଖୁଛୁ ଯେ, ୨୦୨୪ରେ ବିଜେପିକୁ ଟକ୍କର ଦେବାକୁ ଏକାଠି ହୋଇଛନ୍ତି ବିରୋଧୀ ଦଳ । ଗଠନ କରିଛନ୍ତି ଆଇଏନଡିଆଇଏ ମେଂଟ । ହେଲେ ଏହି ମହାଗଠବନ୍ଧନ ପରଠୁ କିଛି ନା କିଛି ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ । ସେ ସିଟ ସେୟାରିଂ ହେଉ କି ପ୍ରଧାନମନ୍ତ୍ରୀ ଚେହେରା, ଏହାକୁ ନେଇ ମେଂଟରେ ଚାଲିଛି ମାନସ ମନ୍ଥନ । କିନ୍ତୁ ଏସବୁ ଭିତରେ ମୋଦିଙ୍କୁ ଗାଦିଚୁ୍ୟତ କରିବା ପାଇଁ ବିରୋଧୀ ମେଂଟର ଚେହେରା କିଏ ହେବ, ସେ ନେଇ ଚର୍ଚ୍ଚା ଜୋର ।

ଅନେକ ଚେହେରା ସାମ୍ନାକୁ ଆସିଥିଲେ ଏଯାଏ ବିଧିବଦ୍ଧ ଘୋଷଣା ହୋଇ ପାରିନି ନାଁ । ତେବେ ନିକଟରେ ସରିଛି ଆଇଏନଡିଆଇଏ ମେଂଟର ଚତୁର୍ଥ ବୈଠକ । ଏଥିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହାକୁ କିଛି ସଦସ୍ୟ ସମର୍ଥନ କରିଥିବା ବେଲେ ନୀତିଶ କୁମାର ଓ ଲାଲୁ ଯାଦବଙ୍କ ଭଳି ବରିଷ୍ଠ ନେତା ପରୋକ୍ଷରେ ବିରୋଧ କରିଛନ୍ତି ।

ଯଦିଓ ଏବେ ଏହାକୁ ନେଇ ଲାଲୁ ସଫେଇ ଦେଇଛନ୍ତି କି ସେ ରାଗି ନାହାନ୍ତି ଓ କୈାଣସି ପଦ ନେଇ ତାଙ୍କର ଆଶା ନାହିଁ, ତଥାପି ସେଦିନ ବୈଠକ ପରେ ଏହା ସ୍ପଷ୍ଟ ବାରି ହୋଇପଡିଛି । ତେବେ ଆସନ୍ତା ୨୯ରେ ପୁଣି ୫ମଥର ପାଇଁ ଏକାଠି ହେବେ ବିରୋଧୀ ଦଳ । ଏସବୁ ଭିତରେ ଏବେ ସାମ୍ନାକୁ ଆସିଛି ଆଉ ଏକ ଖବର । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣାର ଆବଶ୍ୟକତା ନାହିଁ ବୋଲି ଶରଦ ପାୱାର କହିବା ପରେ ରାଜନୀତିରେ ଚର୍ଚ୍ଚା ଜୋର । ତେବେ ଆଗକୁ କିଭଳି ରଣନୀତି ପ୍ରସ୍ତୁତ କରୁଛି ମେଂଟ ତାଉପରେ ରହିଛି ସମସ୍ତଙ୍କ ନଜର ।

Related Articles

Back to top button
WP Twitter Auto Publish Powered By : XYZScripts.com