Featuredଜାତୀୟ

ମହାଠକ ସୁକେଶ ମାମଲାରେ ବଦଳିଲେ ତିହାର ଜେଲର ଡିଜି

ମହାଠକ ସୁକେଶ ଚନ୍ଦ୍ରଶେଖର ମାମଲାରେ ବିବାଦରେ ଥିବା ତିହାର ଜେଲର ଡିଜି ସନ୍ଦୀପ ଗୋଏଲଙ୍କୁ ବଦଳି କରାଯାଇଛି । ତାଙ୍କୁ ପୋଲିସ ମୁଖ୍ୟାଳୟକୁ ପଠାଇ ଦିଆଯାଇଛି । ସେପଟେ ସ୍ପେଶାଲ ସିପି ସଂଜୟ ବେନିବାଲଙ୍କୁ ତିହାର ଜେଲର ନୂଆ ଡିଜି ଭାବେ ଦାୟିତ୍ୱ ମିଳିଛି । ଏନେଇ ଦିଲ୍ଲୀ ଉପ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ଥିଲା କି ଡିଜି ସନ୍ଦୀପ ଗୋଏଲଙ୍କ ସହାୟତାରେ ମହାଠକ ସୁକେଶ ଚନ୍ଦ୍ରଶେଖର ଜେଲ ଭିତରେ ବିଳାଶପୂର୍ଣ୍ଣ ଜୀବନ ବିତାଉଥିଲା । ସେପଟେ ସୁକେଶ ଚନ୍ଦ୍ରଶେଖରଙ୍କୁ ସହାୟତା କରୁଥିବା ଅଭିଯୋଗରେ ୮୧ ଜଣ ଜେଲ ଅଧିକାରୀଙ୍କ ବିରୋଧରେ ଏବେ ଦିଲ୍ଲୀ ପୋଲିସ ଯାଂଚ ଆରମ୍ଭ କରିଦେଇଛି । ଇଡି ତରଫରୁ ଅଭିଯୋଗ ହୋଇଥିଲା କି ସୁକେଶ ତିହାଡ ଜେଲର କର୍ମଚାରୀମାନଙ୍କୁ ଟଙ୍କା ଦେଇ ସମସ୍ତ ପ୍ରକାର ସୁବିଧୁ ସୁଯୋଗ ହାସଲ କରୁଥିଲେ । ଏହାସହ କିଛି ମହିଳା ସୁକେଶଙ୍କୁ ବିନା ଅନୁମତିରେ ଜେଲ ଭିତରେ ଭେଟି ଘଂଟା ଘଂଟା ଆଲୋଚନା କରୁଥିଲେ । କବେଳ ସେତିକି ନୁହେଁ ସୁକେଶ ଜେଲ କର୍ମଚାରୀଙ୍କୁ ଲାଂଚ ଦେଇ ଜେଲ ଭିତରେ ଥିବା ପୂରା ଷ୍ଟାଫ ଓ ଜେଲରଙ୍କୁ ବି ନିଜ ସେବାରେ ଲଗାଉଥିଲା । ସେ ରୋହିଣୀ ଜେଲରେ ୧୨ ମାସ ବନ୍ଦିଥିବା ବେଳେ ଜେଲ କର୍ମଚାରୀଙ୍କୁ ୧୨ କୋଟି ଟଙ୍କା ଲାଂଚ ଦେଇଥିବା କଥା ଇଡି ଅଭିଯୋଗ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com