ଜାତୀୟ

ଟିନା ଡାବିଙ୍କ ପରେ ଏବେ IAS ଅତହର ଆମିର ଖାନ କରିବେ ଦ୍ୱିତୀୟ ବିବାହ

ନୂଆଦିଲ୍ଲୀ: ୟୁପିଏସସି ଟପ୍ପର ଆଇଏଏସ ଟିନା ଡାବିଙ୍କ ପରେ ଏବେ ତାଙ୍କର ପୂର୍ବତନ ସ୍ୱାମୀ ଅତହର ଆମିର ଖାନ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ଅତହର ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଭାବି ପତ୍ନୀଙ୍କ ସହ ଫଟୋ ସେୟାର କରିଛନ୍ତି। ଏହାସହ ନିଜ ନିର୍ବନ୍ଧର ଖବର ଜଣାଇଛନ୍ତି। ତାଙ୍କ ଭାବି ପତ୍ନୀଙ୍କ ନାଁ ମହରୀନ କାଜି । ମହରୀନ ପେଶାରେ ଜଣେ ଡାକ୍ତର । ତାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ ସୂଚନା ଅନୁସାରେ ସେ ଏମଡି ମେଡିସିନ କରୁଛନ୍ତି ଏବଂ କ୍ୟାନସର ଇନଷ୍ଟିଚ୍ୟୁଟରେ ଡାକ୍ତର ଅଛନ୍ତି।

 

View this post on Instagram

 

A post shared by Athar Aamir Khan (@atharaamirkhan)

ମିଡିଆ ରିପୋର୍ଟ ଅନୁସାରେ ମହରୀନ କାଶ୍ନୀରର ମୂଳ ବାସିନ୍ଦା । ବର୍ତ୍ତମାନ ସେ ଦିଲ୍ଲୀର ରାଜୀବ ଗାନ୍ଧୀ କ୍ୟାନ୍ସର ସଂସ୍ଥା ଏବଂ ଅନୁସନ୍ଧାନ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି। ତେବେ ଜଣେ ଡାକ୍ତର ହେବା ସହ ସେ ଫେସନ ଉଦ୍ୟୋଗ ସହ ମଧ୍ୟ ଜଡିତ ଅଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୨ ଲକ୍ଷରୁ ଅଧିକ ଫୋଲଅର୍ସ ଅଛନ୍ତି । ମହରୀନ ମଧ୍ୟ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅତହରଙ୍କ ସହ ଫଟୋ ସେୟାର କରି ନିର୍ବନ୍ଧର ଖବର ଜଣାଇଛନ୍ତି। କୁହାଯାଉଛି ଦୁହେଁ କିଛି ସମୟ ଧରି ପରସ୍ପରକୁ ଡେଟ୍ କରୁଥିଲେ।

୨୦୧୫ରେ ୟୁପିଏସସିରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଅତହର ସେହି ବ୍ୟାଚର ଟପ୍ପର ଟିନା ଡାବିଙ୍କୁ ବିବାହ କରିଥିଲେ। ୨୦୧୮ରେ ଦୁହେଁ ବିବାହ କରିଥିଲେ । ତେବେ ପରେ ୨୦୨୧ରେ ଟିନା ଏବଂ ଅତହର ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ଦୁହେଁ ଛାଡପତ୍ର ନେଇଥିଲେ । ପରେ ଆଇଏଏସ ଟିନା ଡାବି ଚଳିତ ବର୍ଷ ଏପ୍ରିଲ ୨୨ରେ ଆଇଏଏସ ପ୍ରଦୀପଙ୍କୁ ବିବାହ କରିଥିଲେ। ପ୍ରଦୀପ ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ।

Related Articles

Back to top button
WP Twitter Auto Publish Powered By : XYZScripts.com