ଜାତୀୟ

ୟାସିନ ମଲ୍ଲିକକୁ ଦଣ୍ଡ ଘୋଷଣା ପରେ ଫିଙ୍ଗୁଥିଲେ ପଥର; ଥାନାରେ ଏବେ କାନଧରି ମାଗୁଛନ୍ତି ଭୁଲ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବିଛିନ୍ନବାଦି ନେତା ତଥା ଆତଙ୍କବାଦୀ ୟାସିନ ମଲ୍ଲିକକୁ  ଏନଆଇଏ ଅଦାଲତ ଆଜୀବନ ତାରାଦଣ୍ଡ ଘୋଷଣା କରିବା ପରେ ଶ୍ରୀନଗରରେ କିଛି ଯୁବକମାନେ ପଥର ଫିଙ୍ଗିଥିଲେ । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ପୋଲିସ ଗିରଫ କରିଛି। କେବଳ ସେତିକି ନୁହେଁ ଗତକାଲି ପଥର ଫିଙ୍ଗୁ ଥିବା ଲୋକମାନେ ଆଜି ଥାନାରେ ତାଙ୍କ ଅସାମାଜିକ କାମ ପାଇଁ କାନ ଧରି କ୍ଷମା ମାଗୁଥିବା ଦେଖା ଯାଇଛି। ଦେଶ ବିରୋଧି ସ୍ଲୋଗାନ ଦେବା ଓ ୟାସିନ ମଲ୍ଲିକର ଘର ବାହାରେ ପଥର ଫିଙ୍ଗିବା ମାମଲାରେ ଏବେ ୧୦ ଜଣଙ୍କୁ ଗିରଫ କରାଯାଇଛି ବୋଲି ଶ୍ରୀନଗର ପୋଲିସ କହିଛି। ପୋଲିସ କହିଛି ୟାସିନ ମଲ୍ଲିକକୁ ଦିଲ୍ଲୀରେ ଦଣ୍ଡ ଘୋଷଣା କରାଯିବା ପରେ ତାର ଘର ମାଇସୁମ ଅଞ୍ଚଳରେ ହିଂସାକାଣ୍ଡ ପ୍ରଦର୍ଶନ କରାଯାଇଥିଲା। କିନ୍ତୁ ଅନ୍ୟ ଅଞ୍ଚଳରେ ପରିବେଶ ଶାନ୍ତିପୂର୍ଣ୍ଣ ରହିଥିଲା ।

ପୋଲିସ କହିଛି ଏବେ କିଛି ଲୋକଙ୍କୁ ଗିରଫ କରାଯାଇ ପାରେ। ଶ୍ରୀନଗର ପୋଲିସ କହିଛି “ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଉଛି ଓ ସେମାନଙ୍କୁ ବହୁତ ଶୀଘ୍ର ଗିରଫ କରାଯିବ। ସେମାନଙ୍କ ବିରୋଧରେ ଆଇପିସି ଧାରା ଓ ୟୁଏପିଏ ଅଧୀନରେ ଅଭିଯୋଗ ଦାଖଲ କରାଯାଇଛି। ଏହା ଛଡ଼ା ଏହି ହିଂସା କାଣ୍ଡକୁ ଭଡ଼କାଇବା ଅଭିଯୋଗରେ ପ୍ରମୁଖ ଅଭିଯୁକ୍ତମାଙ୍କ ବିରୋଧରେ ଜନ ସୁରକ୍ଷା ଆଇନ ବିରୋଧରେ ମକଦ୍ଦମା ରୁଜୁ କରାଯିବ”। ସୂଚନାଥାଉକି ୟାସିନ ମଲ୍ଲିକ ପାଇଁ ଦଣ୍ଡ ଘୋଷଣା କରାଯିବା ପରେ ଶ୍ରୀନଗରରେ ଥିବା ତାଙ୍କ ଘର ବାହାରେ ଦୁର୍ବୃତ୍ତମାନେ ପଥର ଫିଙ୍ଗିଥିଲେ। କିନ୍ତୁ ଏହା ଦେଖି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବିଶୃଙ୍ଖଳା ସୃଷ୍ଟି କରୁଥିବା ଲୋକମାନଙ୍କୁ ସେଠାରୁ ତଡ଼ି ଦେଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com