ଜାତୀୟ

ମନ କି ବାତରେ ପ୍ରଧାନମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ ଉପରେ ଜୋର, ଟ୍ରିପଲ ତଲାକ ବିରୋଧରେ ଆଇନ ଯୋଗୁଁ କମିଛି ୮୦ ପ୍ରତିଶତ ମାମଲା

ନୂଆଦିଲ୍ଲୀ() ଦେଶରେ ଟ୍ରିପଲ ତଲାକ ବିରୋଧରେ ଆଇନ କାର୍ଯ୍ୟକାରୀ ହେବା ପରେ ୮୦ ପ୍ରତିଶତ ମାମଲା ହ୍ରାସପାଇଛି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ୱୋଧିତ କରି ଏହା କହିଛନ୍ତି । ସେପ୍ଟେମ୍ୱର ୨୦୧୯ରେ ଟ୍ରିପଲ ବିରୋଧରେ ଆଇନ ଆସିବା ପରେ ଦେଶରେ ଏହିପରି ମାମଲାରେ ବଡ଼ ହ୍ରାସ ରେକର୍ଡ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ କାର୍ଯ୍ୟକ୍ରମରେ ମହିଳା ସଶକ୍ତିକରଣର ସଫଳତା କଥା ଉଲ୍ଲେଖ କରି କହିଛନ୍ତି, ‘ଦେଶରେ ଟ୍ରିପଲ ତଲାକ ପରି ସାମାଜିକ କୁସଂସ୍କାର ଶେଷ ହେବାକୁ ଯାଉଛି । ଟ୍ରିପଲ ତଲାକ ବିରୋଧର ଆଇନ ଆସିବା ପରେ, ଏହିପରି ଘଟଣାରେ ୮୦ ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି’।
ନିକଟ ଅତିତରେ ମହିଳାଙ୍କ ମାତୃତ୍ୱ ଅବକାଶକୁ ବୃଦ୍ଧି କରାଯାଇଛି । ପୁଅ ଏବଂ ଝିଅଙ୍କ ସମାନ ବିବାହ ବୟସ କରି କେନ୍ଦ୍ର ସରକାର ଉଭୟଙ୍କୁ ସମାନ ଅଧିକାର ଦେବାକୁ ପ୍ରୟାସ କରୁଛନ୍ତି । ଆଜି ଦେଶର ପ୍ରତିଟି କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ ନିଜ ସମ୍ୱୋଧନରେ କହିଛନ୍ତି।
ଆଜି ଆମର ସାମାଜିକ ସଚେତନତାର ସଫଳତା ଦେଶରେ ବୃହତ ପରିବର୍ତ୍ତନ ଆଣିବାରେ ବଡ଼ ଭୂମିକା ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ବେଟି ବଚାଓ, ବେଟି ପଢାଓ ଦେଶରେ ଲିଙ୍ଗଗତ ସମାନତା ଆଣିବାରେ ସଫଳ ହୋଇଛି। ବିଦ୍ୟାଳୟରେ ଛତ୍ରୀଙ୍କ ଉପସ୍ଥାନ ବୃଦ୍ଧି ପାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com