କ୍ରୀଡ଼ାଜାତୀୟ

IPL: ମୁମ୍ବାଇକୁ ଜିତାଇଲେ ଇଞ୍ଜିନିୟରିଂ ଛାତ୍ର, ରାତାରାତି ଷ୍ଟାର ପାଲଟିଗଲେ  

ମୋବାଇଲ୍ ନ୍ୟୁଜ୍ ବ୍ୟୁରା: ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟିଂ ମ୍ୟାଚକୁ ଜିତି ନେଇଛି ମୁମ୍ବାଇ । ଚେନ୍ନାଇର ଏମ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ହାଇ ଭୋଲଟେଜ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୮୨ ରନ କରିଥିଲା । ତେବେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ ୧୬ ଓଭର ୩ ଟି ବଲରେ ଅଲଆଉଟ ହୋଇଯାଇଥିଲା ।
ଏହାପରେ ଷ୍ଟାଡିୟମ ସାରା ଖାଲି ଆକାଶ ଆକାଶ ଶୁଣିବାକୁ ମିଳିଥିଲା । ତେବେ କିଏ ଏହି ଆକାଶ ? ରୋହିତ ଶର୍ମା, ଈଶାନ କିଶାନ ଏବଂ ସୂର୍ଯ୍ୟ କୁମାର ଯାଦବଙ୍କ ଭଳି ଆଗଧାଡିର ଖେଳାଳି ଥାଉ ଥାଉ କାହିଁକି ମୁମ୍ବାଇ ଟିମ ପ୍ରଶଂସାରେ ପୋତି ପକାଇଥିଲା ଆକାଶଙ୍କୁ ।

ଏହି ବିଷୟରେ ସବିଶେଷ ଜାଣନ୍ତୁ:

ଆକାଶ ହେଉଛନ୍ତି ମୁମ୍ବାଇ ଟିମର ଯୁବ ବୋଲର । ତାଙ୍କ ସମ୍ପୂର୍ଣ୍ଣ ନାମ ହେଉଛି ଆକାଶ ମାଧୱାଲ । ଗତକାଲିର ହାଇ ଭୋଲଟେଜ ମ୍ୟାଚରେ ସେ ଥିଲେ ହିରୋ । ଲକ୍ଷ୍ନୌକୁ ହରାଇବାରେ ସେ ନେଇଥିଲେ ପ୍ରମୁଖ ଭୂମିକା । ୩ ଓଭର ୩ଟି ବଲ ପକାଇବା ସହ ମାତ୍ର ୫ ରନରେ ଲକ୍ଷ୍ନୌର ୫ ଜଣ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ରାସ୍ତା ଦେଖାଇଥିଲେ । ଏଥିସହ ଏକ ରନ ଆଉଟ ମଧ୍ୟ କରିଥିଲେ । ଖାସ ଏଥିପାଇଁ ୮୧ ରନର ବୃହତ ବ୍ୟବଧାନରେ ବିଜୟୀ ହୋଇଥିଲା ମୁମ୍ବାଇ । ଏହି ମ୍ୟାଚରେ ସେ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପାଇବା ସହ ନିଜ ପାଇଁ ହଜାର ହଜାର ପ୍ରଶଂସକ ସୃଷ୍ଟି କରିଛନ୍ତି । ତେବେ ଆକାଶ ହେଉଛନ୍ତି ଜଣେ ଇଞ୍ଜିନିୟରିଂ ଛାତ୍ର । ଏଥିସହ ଉତ୍ତରାଖଣ୍ଡ ରାଜ୍ୟରୁ ଆଇପିଏଲ ଖେଳୁଥିବା ପ୍ରଥମ କ୍ରିକେଟର । ସେ ୨୦୧୯ରେ ୱାସିମ ଜାଫରଙ୍କ ଠାରୁ କୋଚିଂ ନେଉଥିଲେ ଏବଂ ବର୍ତ୍ତମାନ ମନିଷ ଝାଙ୍କ ନିକଟରୁ ପ୍ରଶିକ୍ଷଣ ନେଉଛନ୍ତି । ସେହିପରି ଋିଷଭ ପନ୍ତଙ୍କୁ ପ୍ରଶିକ୍ଷଣ ଦେଇଥିବା ଅବତାର ସିଂଙ୍କ ଠାରୁ ମଧ୍ୟ ସେ କୋଚିଂ ନେଇଥିଲେ । ତେବେ ସବୁଠାରୁ ବଡ କଥା ହେଉଛି ୪ ବର୍ଷ ପୂର୍ବରୁ ଆକାଶ ଟେନିସ ବଲରେ ଖେଳୁଥିଲେ ଆଉ ଏବେ ଡିଉଜ ବଲରେ ଜଲୱା ଦେଖାଇଛନ୍ତି । ୨୦୨୨ରେ ସୂର୍ଯ୍ୟକୁମାର ଯାଦବ ଆହତ ହେବାପରେ ସେ ମୁମ୍ବାଇ ଦଳରେ ଯୋଗ ଦେଇଥିଲେ । ଗତବର୍ଷ ଜୋଫ୍ରା ଆର୍ଚରଙ୍କ ଅନୁପସ୍ଥିତିରେ ଜଣେ ସପୋର୍ଟ ବୋଲର ଭାବେ ତାଙ୍କୁ ଦଳରେ ଖେଳିବାକୁ ସୁଯୋଗ ଦିଆ ଯାଇଥିଲା । ସେ ଭଲ ଖେଳିବା ନେଇ ଆମର ଆଶା ଥିଲା ବୋଲି ମୁମ୍ବାଇ କ୍ୟାପଟେନ ରୋହିତ ଶର୍ମା କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com