ଜାତୀୟ

ଛାତିଥରା କାହାଣୀ କହିଲେ କ୍ରିକେଟର ଯୁଜଭେନ୍ଦ୍ର ଚହଲ; ନିଶାରେ ତାଙ୍କୁ ୧୫ ମହଲାରୁ ତଳକୁ ଝୁଲାଇ ଦେଇଥିଲେ ସାଥି ଖେଳାଳି, ଅଳ୍ପକେ ବଞ୍ଚିଯାଇଥିଲା ଜୀବନ

ନୂଆଦିଲ୍ଲୀ() ମଦ ନିଶାରେ ଥିଲେ ସାଥି ଖେଳାଳି। ମୋତେ ହଠାତ୍ ରୁମ ବାହାରକୁ ଠେଲି ନେଇ ୧୫ ମହଲା ଉଚ୍ଚାରୁ ବାଲ୍‌କୋନିରୁ ସିଧା ତଳକୁ ଝୁଲାଇ ଦେଲେ। ସେତେବେଳେ ମୋ ଜୀବନ ଖୁବ୍ ବିପଦରେ ପଡ଼ିଯାଇଥିଲା। ଇଏ କାହାଣୀ ହେଉଛି ଭାରତର ଷ୍ଟାର ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କର।

ଯୁଜବେନ୍ଦ୍ର ଚହଲ ବର୍ତ୍ତମାନ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ୍ ଖେଳୁଛନ୍ତି। ଟିମ୍‌ର ସାଥି ଖେଳାଳି ଆର୍. ଅଶ୍ୱନୀ ଓ କରୁଣ ନାୟରଙ୍କ ସହିତ ବସି ସେ ତାଙ୍କ ଜୀବନର ଅନୁଭୁତି ବଖାଣୁଥିବା ସମୟରେ ଏଭଳି ଭୟଙ୍କର ଘଟଣାର ଖୁଲାସା କରିଛନ୍ତି।

ଚହଲ କହିଛନ୍ତି ଯେ ଆଇପିଏଲ୍‌ର ୨୦୧୩ ସଂସ୍କରଣରେ ମ୍ୟାଚ୍ ସରିବା ପରେ ବେଙ୍ଗାଲୁରୁର ଏକ ହୋଟେଲ୍‌ରେ ପାର୍ଟିର ଆୟୋଜନ ହୋଇଥିଲେ। ଏଥିରେ ସମସ୍ତ ସାଥି ଖେଳାଳି ଯୋଗ ଦେଇଥିଲେ। ଦଳର ଜଣେ ସାଥି ଖେଳାଳି ପ୍ରବଳ ନିଶାରେ ଥିଲେ ଓ ସେ ବାରମ୍ବାର ମୋ ଆଡ଼କୁ ଦେଖୁଥିଲେ।। ପରେ ସେ ମୋତେ ପାଖକୁ ଡାକି ଜାବୁଡ଼ି ଧରିଥିଲେ। ଓ ବାଲକୋନିରୁ ସିଧା ତଳକୁ ଝୁଲାଇ ଦେଲେ। ସେତେବେଳେ ମୋର ଅବସ୍ଥା ସୋଚନୀୟ ହୋଇ ପଡ଼ିଥିଲା। ମୁଁ ୧୫ ମହଲା ଉଚ୍ଚାର ଝୁଲୁଥିଲି। ମୋ ହାତ ପଛପଟକୁ ମୋଡ଼ି ହୋଇ ରହିଥିଲା। ଯଦି ସେ ହାତ ଛାଡ଼ି ଦେଇଥାନ୍ତେ ତେବେ ମୋ ଆବସ୍ଥା ଯେ କ’ଣ ହୋଇଥାନ୍ତା…।

ଚହଲ ଏହା ପରର ଘଟଣା ବର୍ଣ୍ଣନା କରି କହିଛନ୍ତି ଯେ ମୁଁ ଝୁଲୁଥିବା ଦେଖି ସଙ୍ଗେ ସଙ୍ଗେ କିଛି ଲୋକ ଠୁଳ ହୋଇଯାଇଥିଲେ ଓ ମୋତେ ଉଦ୍ଧାର କରିଥିଲେ। ମୁଁ ଚେତାଶୂନ୍ୟ ହେଲା ଭଳି ହୋଇଯାଇଥିଲି। ତାପରେ ସେମାନେ ମୋତେ ପାଣି ପିଇବାକୁ ଦେଇଥିଲେ। ମୋର ଜୀବନ ଯାଉ ଯାଉ ବଞ୍ଚିଯାଇଥିଲା। ଯଦି ସେଦିନ ଟିକେ ଅସାବଧାନତା ହୋଇଯାଇଥାନ୍ତା ତେବେ ମୁଁ ସିଧା ୧୫ ମହଲା ତଳକୁ ଖସିପଡ଼ିଥିଲି। ତେଣୁ ଜୀବନକୁ ନେଇ କେତେ ଦାୟିତ୍ୱବୋଧ ଥାଏ ମୁଁ ଅନୁଭବ କରିଥିଲି ବୋଲି ଚହଲ କହିଛନ୍ତି। ହେଲେ ତାଙ୍କ ସହିତ ଏଭଳି ଅମାନୁଷିକ କାଣ୍ଡ ଘଟାଇଥିବା ଖେଳାଳିଙ୍କ ବିଷୟରେ କିନ୍ତୁ ସେ ମୁହଁ ଖୋଲି ନଥିଲେ ଚହଲ। କାର୍ଯ୍ୟକ୍ରମର ଗୁରୁତ୍ୱକୁ ଅନୁଭବ କରି ଚହଲ ସେହି ଖେଳାଳିଙ୍କ ନାଁ କ୍ୟାମେରା ସାମ୍ନାରେ କହିନଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com