ଜାତୀୟରାଜନୀତି

ୟୁପି ବିଧାନସଭା ନିର୍ବାଚନ ପାଇଁ ଚତୁର୍ଥ ତାଲିକାରେ ୬୧ ପ୍ରାର୍ଥୀଙ୍କୁ ଟିକେଟ ଦେଲା କଂଗ୍ରେସ

ଲକ୍ଷ୍ନୌ() ୟୁପି ବିଧାନସଭା ନିର୍ବାଚନ ୨୦୨୨ପାଇଁ କଂଗ୍ରେସ ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ମୋଟ ୬୧ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି, ସେଥିମଧ୍ୟରୁ ୨୪ ଜଣ ମହିଳା ଥିବା ଜଣାପଡ଼ିଛି। କଂଗ୍ରେସ ବିଲାସପୁରରୁ ଶିଖା ପାଣ୍ଡେ ଥିବା ବେଳେ ଶ୍ରୀ ନଗରରୁ ଚାନ୍ଦନୀ, ଧୌରାହାରାରୁ ଜିତେନ୍ଦ୍ର ଦେବୀ, ବିସବାନରୁ ବନ୍ଦନା ଭାର୍ଗବ, ସରେନିରୁ ସୁଧା ଦ୍ୱିବେଦୀ, କେମଗଞ୍ଜରୁ ଶଙ୍କୁଲତା ଦେବୀ, ଭୋଜପୁରରୁ ଅର୍ଚ୍ଚନା ରାଠୌର, କନ୍ନୌଜରୁ ବିନିତା ଦେବୀ, ଗୋବିନ୍ଦନଗରରୁ କରିସ୍ମା ଠାକୁରକୁ ଟିକେଟ୍ ଦିଆଯାଇଛି।

ବୁଧବାର ଦିନ କଂଗ୍ରେସ ୮୯ ଜଣ ପ୍ରାର୍ଥୀଙ୍କ ତୃତୀୟ ତାଲିକା ଜାରି କରିଥିଲା। ତୃତୀୟ ତାଲିକାରେ ୩୭ଜଣ ମହିଳା ପ୍ରାର୍ଥୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ୧୨୫ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରଥମ ତାଲିକାରେ ୫୦ ଜଣ ମହିଳା, ଦ୍ୱିତୀୟ ତାଲିକାରେ ୪୧ ଜଣଙ୍କ ମଧ୍ୟରୁ ୧୬ ଜଣ ମହିଳା ଏବଂ ତୃତୀୟ ତାଲିକାରେ ୮୯ଜଣ ପ୍ରାର୍ଥୀଙ୍କ ତୃତୀୟ ତାଲିକାରେ ୩୭ ଜଣ ମହିଳା ଅଛନ୍ତି। ଚଳିତ ବର୍ଷ କଂଗ୍ରେସ ମହିଳାଙ୍କ ଉପରେ ଗୁରୁତ୍ବ ଦେଇଥିବା ସହ ଏକାଧିକ ମହିଳାଙ୍କୁ ଟିକେଟ ଦେଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com