ଜାତୀୟ

ରାହୁଲ ଗାନ୍ଧି ହେଉଛନ୍ତି କଂଗ୍ରେସ ଦଳର ‘ରାହୁ କାଳ’ ! ସଂସଦରେ ଏମିତି କହି ସମାଲୋଚନା କଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ() ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ତାତି ସରଗରମ ରହିଥିବା ବେଳେ ରାଜନୈତିକ ଦଳଗୁଡିକ ମଧ୍ୟରେ ଆରୋପ ପ୍ର‍ତ୍ୟାରୋପ ମଧ୍ୟ ଲାଗିରହିଛି । ନିର୍ବାଚନ ରାଲିରେ ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ପ୍ରତ୍ୟାରୋପ ଜାରି ରହିଥିବା ବେଳେ ସଂସଦରେ ମଧ୍ୟ ସମାନ ଅବସ୍ଥା । ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପରେ ଚର୍ଚ୍ଚା କରୁଥିବା ବେଳେ ବିରୋଧୀ କଂଗ୍ରେସ ସଦସ୍ୟ ଅମୃତ କାଳ ଉପରେ ଟିପ୍ପଣୀ ଦେବାକୁ ଯାଇ କହିଥିଲେ ଏହା ଅମୃତ କାଳ ନୁହେଁ ବରଂ ରାହୁ କାଳ ।

ଏହାର ଦୃଢ ଜବାବ ଦେବା ସହ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍‌ କରି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, କଂଗ୍ରେସରେ ଯେ ପର୍ଯ୍ୟନ୍ତ ରାହୁଲ କାଳ ରହିବ ସେ ପର୍ଯ୍ୟନ୍ତ ରାହୁ କାଳ ଶେଷ ହେବ ନାହିଁ ।

ବଜେଟ୍‌ କୁ ନେଇ ଆଲୋଚନା ସମୟରେ ନିର୍ମଳା ସୀତାରମଣ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଆଲୋଚନା କରୁଥିଲେ । ଏହି ସମୟରେ କଂଗ୍ରେସ ସାଂସଦ ସରକାରଙ୍କ ଅମୃତ କାଳକୁ ନେଇ ସମାଲୋଚନା କରିଥିଲେ । ଅମୃତ କାଳ ନୁହେଁ ବରଂ ରାହୁ କାଳ ବୋଲି କହିଥିଲେ କଂଗ୍ରେସ ସଦସ୍ୟ । ଏହାକୁ ନେଇ ଦୃଢ ପ୍ରତିକ୍ରିୟା ରଖିଛନ୍ତି ଅର୍ଥ ମନ୍ତ୍ରୀ । ନିର୍ମଳା ସୀତାରମଣ କହିଛନ୍ତି, କଂଗ୍ରେସ ପାର୍ଟି ପାଇଁ ନିହାତି ଭାବେ ରାହୁ କାଳ ଚାଲିଛି । କାରଣ ଯେ ପର୍ଯ୍ୟନ୍ତ କଂଗ୍ରେସ ଦଳରେ ରାହୁଲ କାଳ ଚାଲିବ ସେ ପର୍ଯ୍ୟନ୍ତ ରାହୁ କାଳ ଶେଷ ହେବନି । କଂଗ୍ରେସ ଦଳ ଏବଂ ତାହାର ନୀତିକୁ ନେଇ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି ବିତ୍ତ ମନ୍ତ୍ରୀ ।

ଗୃହ ମଧ୍ୟରେ ଆରୋପ ପ୍ରତ୍ୟାରୋପକୁ ନେଇ କଂଗ୍ରେସ ସାଂସଦ ଶକ୍ତି ସିଂହ ଗୋହିଲ କହିଛନ୍ତି, ‘କ୍ଷମତାରେ ଥିବା ଦଳ ରାହୁଲ ଗାନ୍ଧିଙ୍କୁ ଡରୁଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପିର ତମାମ୍‌ ନେତା ରାହୁଲ ଗାନ୍ଧିଙ୍କୁ ଏଥିପାଇଁ ପ୍ରତ୍ୟାକ୍ରମଣ କରୁଛନ୍ତି କାରଣ ରାହୁଲ ଗାନ୍ଧି ଲଗାତାର ଭାବେ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି । କେନ୍ଦ୍ର ସରକାର ଏବଂ ବିଜେପି ନେତାଙ୍କୁ ଭଲ ଭାବରେ ଜଣା ଅଛି ଯେ, ରାହୁଲ ଗାନ୍ଧି ଯେଉଁ ପ୍ରଶ୍ନ ପଚାରୁଛନ୍ତି ତାହା ସରକାର ଏବଂ ମନ୍ତ୍ରୀମାନଙ୍କ ସତ ପଦାରେ ପକାଇବ’।

Related Articles

Back to top button
WP Twitter Auto Publish Powered By : XYZScripts.com