Breaking NewsFeaturedଜୀବନଶୈଳୀ

ପରପାରିରେ ପଦ୍ମଶ୍ରୀ ଜୟନ୍ତ ମହାପାତ୍ର

ପରପାରିରେ ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର । କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ସେ ନିମୋନିଆରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି । ୧୯୨୮ ଅକ୍ଟୋବର ୨୨ରେ କଟକର ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ନେମୁଏଲ ମହାପାତ୍ର ଏବଂ ମାତାଙ୍କ ନାମ ସୁଧାଂଶୁବାଳା ଦାଶ ।

ସେ କଟକରେ ଷ୍ଟୁଆଟ୍ସ ସ୍କୁଲରେ ପଢା ଆରମ୍ଭ କରି ପରେ ପଦାର୍ଥ ବିଜ୍ଞାନରେ ସ୍ନାତକତ୍ତୋର ହାସଲ କରିଥିଲେ । ତାପରେ ସେ ରାଜ୍ୟର ବିଭିନ୍ନ ସରକାରୀ କଲେଜରେ ଅଧ୍ୟାପକ ଭାବେ ଶିକ୍ଷକତା କରିଥିଲେ । ସେ ବାଲେଶ୍ୱରର ଫକୀରମୋହନ କଲେଜ, ସମ୍ବଲପୁରର ଗଙ୍ଗାଧର ମେହେର କଲେଜ, ଭୁବନେଶ୍ୱରର ବିଜେବି କଲେଜ ଏବଂ କଟକର ରେଭେନ୍ସା କଲେଜରେ ଫିଜିକ୍ସ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । ୧୯୮୬ରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସେ ଚାକୀରିରୁ ଅବସର ନେଇଥିଲେ । ଚାକିରୀ କାଳ ମଧ୍ୟରେ ସେ ଅନେକ କ୍ଷୁଦ୍ର ଗଳ୍ପ ଓ କବିତା ରଚନା କରିଥିଲେ । ଯେଉଁଥିପାଇଁ ସେ କେବଳ ରାଜ୍ୟ ନୁହେଁ ବରଂ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ କବି ଭାବରେ ଖ୍ୟାତି ଅର୍ଜନ କରିଥିଲେ ।

ତେବେ ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଉଭୟ ଇଂରାଜୀ ଓ ଓଡିଆ ସାହିତ୍ୟରେ ଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କର କବିତା ସଂକଳନ ସହ ଗପ ବହି, ଆତ୍ମଜିବନୀ ପାହିନି ରାତି ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି । ଏବଂ ଇଂରାଜୀରେ ୱେଟିଂ ଏବଂ ଏ ରେନ ଅପ ରାଇଟ୍ସ ତାଙ୍କର ଦୁଇଟି ଚମତ୍କାର ପୁସ୍ତକ । ଏଥି ସହ ସେ ଭାରତର ପ୍ରଥମ ଇଂରାଜୀ କବି ଭାବେ ୧୯୮୧ରେ କେନ୍ଦ୍ର ସାହିତ୍ୟ ଏକାଡେମି ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ତାଙ୍କର ପୋଏମ ରିଲେସନ ସିପ ପାଇଁ ତାଙ୍କୁୁ ଏହି ପୁରସ୍କାର ମିଳିଥିଲା । ତେବେ ସାହିତ୍ୟ ସାଧନା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ସହ ଉତ୍କଳ ରତ୍ନ ସମ୍ମାନ, ସାରଳା ସମ୍ମାନ, ବିଷୁବ ପୁରସ୍କାରରେ ତାଙ୍କୁ ସମ୍ମାନୀତ କରାଯାଇଛି ।

ଓଡିଆରେ ତାଙ୍କର ପାହିନି ରାତି ଆତ୍ମଜୀବନୀ ଉଚ୍ଚକୋଟିର ଥିବା ବେଳେ ୧୯୭୧ରେ ସ୍ୱୟଂବର, ୧୯୭୯ରେ ପ୍ରତୀକ୍ଷ, ୧୯୮୦ରେ ସମ୍ପର୍କ, ୧୯୯୩ରେ ବଳୀ, ୧୯୯୫ରେ କହିବି ଗୋଟିଏ କଥା, ୧୯୯୭ରେ ବାୟା ରାଜା, ୨୦୦୪ରେ ଟିକିଏ ଛାଇ, ୨୦୦୮ରେ ଯଦିବା ଗପଟିଏ ଏବଂ ୨୦୧୧ରେ ଭୋର ମୋଇତ୍ର କାନଫୁଲ ଆଦି ଶ୍ରେଷ୍ଠ ଲିଖନି । ସେହିପରି ତାଙ୍କର ଲେଖା ଇଣ୍ଡିଆନ ସମର, ହଙ୍ଗର, କ୍ଲୋଜ ଦ ସ୍କାଇ ଟେନ ବାଇ ଟେନ, ଏ ରେନ ଅଫ ରାଇଟ, ରିଲେସନସିପ ଏବଂ ଭଟିକାଲର୍ସ ଅଫ ଲାଇଫ ଆଦି ଆଧୁନିକ ଭାରତୀୟ ଇଂରାଜୀ ସାହିତ୍ୟରେ ବେସ ପାଠକୀୟ ଆଦୃତି ଲାଭ କରିଛି । ତାଙ୍କର ବିୟୋଗ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଆଜି ପଦ୍ନଶ୍ରୀ ଜୟନ୍ତ ମହାପାତ୍ରଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ସଂସ୍କାର କରାଯିବ । ତାହଅକ ଶେଷ ଇଛା ଅନୁସାରେ ଖାନନଗର ସ୍ଥିତ ଇଲେକ୍ଟ୍ରିକ ଚୁଲାରେ ତାଙ୍କ ମରଶରୀରକୁ ଦାହ କରାଯିବ ।ତାଙ୍କ ବିୟୋଗରେ ଆମ ମୋବାଇଲ ନ୍ୟୁଜ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।

Related Articles

Back to top button
WP Twitter Auto Publish Powered By : XYZScripts.com