Featuredଓଡ଼ିଶାଜାତୀୟଶିକ୍ଷା

ଏକାଦଶ ଓ ଦ୍ୱାଦଶ ଶ୍ରେଣୀରୁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଜେଇଇ ଓ ନିଟ୍ ପାଇଁ କୋଚିଂ

ଏକାଦଶ ଓ ଦ୍ୱାଦଶ ଶ୍ରେଣୀରୁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଜେଇଇ ଓ ନିଟ୍ ପାଇଁ କୋଚିଂ ଅର୍ଥ ସାଜିବନି ବାଧକ । ହାଇସ୍କୁଲ କ୍ୟାମ୍ପସକୁ ଜୁନିଅର କଲେଜ ଆସିବା ପରେ ଏପରି କିଛି ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଢାଞ୍ଚାରେ ସରକାରୀ ସ୍କୁଲରେ ବି ସର୍ବଭାରତୀୟ ସ୍ତରର ପରୀକ୍ଷା ପାଇଁ କୋଚିଂ ଦେବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଗରିବ  ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ସାକାର ହେବ।  ମାଟ୍ରିକରେ ୯୦%ରୁ ଅଧିକ ମାର୍କ ରଖିଥିବା ଛାତ୍ର ଛାତ୍ରୀଙ୍କୁ ଏହି କୋଚିଂ ଦିଆଯିବ । ରାଜ୍ୟର ଅପଗ୍ରେଡ ହୋଇଥିବା ୧୦୧ ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।ଡ୍ରପ୍ଆଉଟ୍ କମାଇବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ଏବେ ଏହି ସଂସ୍କାର ଏକ ବୈପ୍ଲବିକ ପରିବର୍ତନ ଆଣିବ ବୋଲି ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com