ଜାତୀୟ

ହୋଟେଲ୍‌ ଲାଇସେନ୍ସ୍‌ ପାଇଁ ଭୁଲ୍‌ ବୟସ ଦେଇଥିବା ହେତୁ ‘ଏନ୍‌ସିବି’ ଅଧିକାରୀ ସମୀର ୱାଙ୍ଖେଡ଼େଙ୍କ ବିରୋଧରେ ‘ଏଫ୍‌ଆଇଆର୍‌’

ମୁମ୍ବାଇ() ଜାଲିଆତି କରିଥିବା ଦର୍ଶାଇ ମୁମ୍ବାଇର ଥାନେରେ ‘ଆଇଆର୍‌ଏସ୍‌’ ଅଧିକାରୀ ତଥା ମୁମ୍ବାଇ ‘ଏନ୍‌ସିବି’ର ପୂର୍ବତନ କ୍ଷେତ୍ରୀୟ ନିର୍ଦେଶକ ସମୀର ୱାଙ୍ଖେଡ଼େଙ୍କ ନାଁରେ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରାଯାଇଛି। ହୋଟେଲ୍‌ ଲାଇସେନ୍‌ସ୍‌ ପାଇବାକୁ ସେ ଜାଣିଶୁଣି ନିଜର ଭୁଲ୍‌ ବୟସ ଦେଇଥିବା କଥା ଅଭିଯୋଗ ‌ହୋଇଛି।

କୋପ୍‌ରି ପୁଲିସ କହିବା ଅନୁସାରେ, ରାଜ୍ୟ ଅବକାରୀ ବିଭାଗ ଅଧିକାରୀ ଶଙ୍କର ଗୋଗାୱାଲେଙ୍କ ଅଭିଯୋଗକୁ ଆଧାର କରି ଶନିବାର ରାତିରେ ଉକ୍ତ ‘ଏଫ୍‌ଆଇଆର୍‌’ ରୁଜୁ କରାଯାଇଛି। ଥାନେରେ ସଦ୍‌ଗୁରୁ ହୋଟେଲ୍‌ ଖୋଲିବା ପାଇଁ ଲାଇସେନ୍‌ସ୍‌ ପାଇବାକୁ ୧୯୯୬-୯୭ରେ ଆବେଦନ କରିବା ବେଳେ ୱାଙ୍ଖେଡ଼େ ୧୮ ବର୍ଷ ହୋଇ ନ ଥିଲା।

Image Courtesy of Mid-day

ଉକ୍ତ ଲାଇସେନ୍‌ସ୍‌ ରଦ୍ଦ କରିବା ପାଇଁ ଥାନେ ଜିଲ୍ଲାପାଳ ଆଦେଶ ଜାରି କରିଛନ୍ତି। ‘ଏଫ୍‌ଆଇଆର୍‌’ ଅନୁସାରେ, ଲାଇସେନ୍‌ ରାଜିନାମା ପାଇଁ ୱାଙ୍ଖେଡ଼େଙ୍କର ଯୋଗ୍ୟତା ନ ଥାଇ ସୁଦ୍ଧା ଥାନେରେ ସଦ୍‌ଗୁରୁ ହୋଟେଲ୍‌ ନିମନ୍ତେ ସେ ଷ୍ଟାମ୍ପ୍‌ ପେପର୍‌ରେ ସାବାଳକ ଦର୍ଶାଇ ରାଜିନାମା କରାଇଥିଲେ।

ଗତବର୍ଷ ନଭେମ୍ବର ମାସରେ ‘ଏନ୍‌ସିପି’ ନେତା ନବାବ ମଲିକ୍‌ ମଧ୍ୟ ଦାବି କରିଥିଲେ ଯେ, ୱାଙ୍ଖେଡ଼େ ନୱି ମୁମ୍ବାଇର ୱାଶିରେ ଗୋଟାଏ ପର୍‌ମିଟ୍‌ ରୁମ୍‌ ଏବଂ ବାର୍‌ ପାଇଥିଲେ। ସେଥିପାଇଁ ସେ ୧୯୯୭ରେ ଲାଇସେନ୍‌ସ୍‌ ପାଇଥିଲେ। କିନ୍ତୁ, ସେତେବେଳେ ସେ ନାବାଳକ ଥିବାରୁ ତାହା ଆଇନସିଦ୍ଧ ନ ଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com