Featuredଜାତୀୟରାଜନୀତି

ଲାଲୁ ଓ ରାବଡୀଙ୍କ ପରେ ଏବେ ତେଜସ୍ୱୀଙ୍କ ବାସଭବନରେ ଇଡିର ଚଢାଉ

ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି ୧୫ଟି ସ୍ଥାନରେ ଚଢାଉ କରିଛି । ଆରଜେଡି ନେତା ଅବୁ ଦୋଜାନାଙ୍କ ଫୁଲବାରୀ ସରିଫ ସ୍ଥିତ ବାସଭବନରେ ଚଢାଉ କରାଯାଉଛି । ଦିଲ୍ଲୀରେ ଥିବା ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବାସଭବନରେ ମଧ୍ୟ ଚଢାଉ କରାଯାଉଛି । ସମାନ ମାମଲାରେ କିଛିଦିନ ତଳେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଓ ରାବଡୀ ଯାଦବଙ୍କୁ ସିବିଆଇ ଜେରା କରିଥିଲା ।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାର ଏବେ ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ପୁରା ଛନ୍ଦି ହୋଇଯାଇଛନ୍ତି । ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନସିଂଙ୍କ ଅଭିଯୋଗ ଆଧାରରେ ଏହି ମାମଲାର ଯାଂଚ ଚାଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com