Featuredଜାତୀୟ

ଯୌତୁକ ନେଇଥିବା ଝିଅ ବି ପୈତୃକ ସମ୍ପତ୍ତିରୁ ଭାଗ ନେଇପାରିବ

ବିବାହ ସମୟରେ ଝିଅ ଯୌତୁକ ନେଇଥିଲେବି ବାପାଙ୍କ ସମ୍ପତ୍ତିରୁ ସେ ଭାଗ ନେଇପାରିବେ । ଏପରି ବିଚାର ଶୁଣାଇଛନ୍ତି ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ । ଗୋଟିଏ ପରିବାରର ବଡ ଝିଅକୁ ଭାଇମାନେ ପୈତୃକ ସମ୍ପତ୍ତିରୁ ଭାଗ ଦେଉନଥିବା ଘଟଣାରେ ଝିଅ ମାମଲା ଦାଏର କରିଥିଲେ । ଏହି ମାମଲାର ବିଚାର କରି ଶୁଣାଣି କରିଛନ୍ତି ହାଇକୋର୍ଟ ।

ଚାରି ଭାଇ ଓ ମାଆଙ୍କ ପକ୍ଷରୁ ଦାବି କରାଯାଇଥିଲା ଯେ ଝିଅମାନକୁ ବିବାହ ସମୟରେ ଯଥେଷ୍ଟ ଯୌତୁକ ଦିଆଯାଇଥିଲା। ତେଣୁ ସେମାନଙ୍କୁ ପୈତୃକ ସମ୍ପତ୍ତିରୁ ଆଉ ଭାଗ ଦିଆଯିବା ଉଚିତ ନୁହେଁ। କିନ୍ତୁ କୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରି ନ ଥିଲେ। ପରିବାରର ମୁଖ୍ୟ ତଥା ଚାରି ଝିଅ ଓ ଚାରି ପୁଅଙ୍କ ବାପା ସମ୍ପତ୍ତିକୁ ଭାଗବାଣ୍ଟିବା ବା ୱିଲ କରିବା ପୂର୍ବରୁ ମୃତ୍ୟୁ ବରଣ କରିଥିଲେ। ଝିଅମାନଙ୍କୁ ବାହାଘର ବେଳେ କେତେ ଯୌତୁକ ଦିଆଯାଇଛି, ସେ ନେଇ ମାଆ ଓ ଭାଇମାନେ କୌଣସି ପ୍ରମାଣ ଦେଇପାରି ନ ଥିବା ବେଳେ କୋର୍ଟ କହିଲେ, ମନେକର ଧରିନିଆଯାଉ ଯଥେଷ୍ଟ ଯୌତୁକ ଦିଆଯାଇଛି। ୩ ଜଣ ଝିଅ ବି ତାଙ୍କ ଭାଗ ସମ୍ପତ୍ତି ଭାଇମାନଙ୍କୁ ଛାଡ଼ିଦେଇଛନ୍ତି ଏବଂ ସେମାନେ ଆଉ ଭାଗ ଦାବି କରିବେ ନାହିଁ ବୋଲି ଲେଖିଦେଇଛନ୍ତି। ତା’ ମାନେ ନୁହଁ ଯେ ପାରିବାରିକ ସମ୍ପତ୍ତି ଉପରେ ଅନ୍ୟ ଝିଅର ଆଉ କୌଣସି ଅଧିକାର ନାହିଁ। ତେଣୁ ବିବାହ ସମୟରେ ଯଥେଷ୍ଟ ଯୌତୁକ ନେଇଥିବା ଝିଅ ବି ପୈତୃକ ସମ୍ପତ୍ତିରୁ ଆବଶ୍ୟକ ଭାଗ ନେଇପାରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com