ଓଡ଼ିଶା

ବିଦ୍ୟାଳୟରେ ଶିକ୍ଷକ ଅଭାବ, ବ୍ୟାହତ ହେଉଛି ପାଠପଢା: ପ୍ରତିବାଦରେ ସ୍କୁଲରେ ତାଲ ପକାଇଲେ ଛାତ୍ରଛାତ୍ରୀ ଓ ଅବିଭାବକ

ଆନନ୍ଦପୁର:  ଆନନ୍ଦପୁର ପୌର ପରିଷଦ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଥିଲା ଅଭାବନୀୟ ପରିସ୍ଥିତି । ସ୍କୁଲରେ ଶିକ୍ଷକ ଅଭାବରୁ ପାଠ ପଢ଼ାରେ ହେଉଥିଲା ରୀତିମତ ଅସୁବିଧା । ପ୍ରତିବାଦରେ ସକାଳୁ ସକାଳୁ ତାଲା ପକାଇ ଧାରଣାରେ ବସିଥିଲେ ଅଭିଭାବକ ଓ ଛାତ୍ରଛାତ୍ରୀ।

ସ୍କୁଲରେ ପାଖାପାଖି ୨୩୦ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ପାଇଁ ଶିକ୍ଷକ ମାତ୍ର ୫ଜଣ । ପୁଣି ପ୍ରଧାନ ଶିକ୍ଷକ ପଦବୀ ଖାଲିପଡ଼ିଛି । ସ୍କୁଲରେ ପାଠ ପଢ଼ାରେ ଅସୁବିଧା ହେଉଥିବାରୁ ‌ଅଭିଭାବକ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାରେ ପରେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ବାଧ୍ୟ ହୋଇ ଏପରି ପଦକ୍ଷେପ ନେଇଥିବା କହିଛନ୍ତି ଅଭିଭାବକ ।

ବର୍ତ୍ତମାନ ସରକାର  5T ଅଧିନରେ ସ୍କୁଲ ଗୁଡିକ ପାଇଁ କୋଟି କୋଟି ଟଙ୍କା‌ ଖର୍ଚ୍ଚ କରୁଥିବା ବେଳେ ସ୍କୁଲୃରେ ଶିକ୍ଷକଙ୍କ ଅଭାବ ଯୋଗୁଁ ଗାଁଠୁ ସହର ସବୁଠି ପ୍ରାୟ ସ୍କୁଲରେ ପାଠ ପଢ଼ାରେ ଅସୁବିଧା ଦେଖିବାକୁ ମିଳୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com