ଓଡ଼ିଶା

ପାରିବାରିକ କଳହର କୁପରିଣତି, ସ୍ବାମୀ ହାତରେ ଗଲା ସ୍ତ୍ରୀର ଜୀବନ

ସୁନ୍ଦରଗଡ: ହତ୍ୟାକାରୀ ସାଜିଲା ସ୍ଵାମୀ । ସୁନ୍ଦରଗଡ ଜିଲ୍ଲା କିଂଜିରକେଲା ଥାନା ଅନ୍ତର୍ଗତ ବି.କରୁଆବାହାଲ ଗ୍ରାମରେ ଘଟିଠି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କରିଛି ସ୍ଵାମୀ । ହତ୍ୟା କରି ଏକ ବିଲରେ ଫୋପାଡି ଦେଇଥିବା ଦେଖିବାକୁ ମିଳିଛି । ମୃତକ ହେଲେ ସୁଶିଲା ବାଗ । ସେ ଗତ ୧୦ ତାରିଖରୁ ନିଖୋଜ ଥିବା ନେଇ ସୁଶିଲାଙ୍କ ଭାଇ ଥାନାରେ ଏତଲା ଦେଇଥିଲେ। ମଙ୍ଗଳବାର ସକାଳୁ ବିଲରୁ ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ । ପୋଲିସ ପହଞ୍ଚିବା ପରେ ମୃତଦେହ ସୁଶିଲାଙ୍କର ବୋଲି ଜଣାପଡିଥିଲା । ପୋଲିସ ପ୍ରାଥମିକ ତଦନ୍ତରେ ସ୍ଵାମୀର ସଂପୃକ୍ତି ଥିବା ଜାଣିପାରି ଥାନାରେ ଅଟକ ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com