ଓଡ଼ିଶା

ଭାଇରାଲ୍‌ ଅଡିଓକୁ ନେଇ ପତ୍ନୀ ବର୍ଷାଙ୍କୁ ପ୍ରଶ୍ନ

କଟକ , ୧୬.୦୯.୨୦୨୨ – ସୋସିଆଲ୍ ମିଡିଆରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପୁଣି ପ୍ରଶ୍ନ କରିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଭାଇରାଲ ହେଉଥିବା  ସୋସିଆଲ ମିଡିଆରେଏକ ଅଡିଓ କ୍ଳିପକୁ ଟୁଇଟରେ ପୋଷ୍ଟ କରି, ଏହା ଉପରେ ତାଙ୍କୁ ଫିଲ୍ମ ଓ ରାଜନୀତି କ୍ଷେତ୍ରର ବହୁ ବ୍ୟକ୍ତି ଅନେକ ପ୍ରଶ୍ନ ପଚାରୁଥିବା ଅନୁଭବ ଦର୍ଶାଇଛନ୍ତି । ତେଣୁ ଏଥିରେ ଥିବା ସ୍ୱର ବର୍ଷା ଏବଂ ତାଙ୍କ ଭଉଣୀଙ୍କର କି ନାଇଁ ତାହା ସ୍ପଷ୍ଟ କରନ୍ତୁ ବୋଲି ଅନୁଭବ ଲେଖିଛନ୍ତି ।ଅନୁଭବଲେଖିଛନ୍ତି, ଏପରି କରି ତାଙ୍କୁ ଆଘାତ ଦେବା କିମ୍ବା ପ୍ରତିଛବିକୁ ମଳିନ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ । ବର୍ଷାଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି ।କିନ୍ତୁ ବହୁବାର ଅପମାନିତ ଓ ନିର୍ଯାତିତ ହେବା ପରେ ସେ ଟୁଇଟ୍ କରି ଏପରି ପ୍ରଶ୍ନ ପଚାରିବାକୁ ବାଧ୍ୟ ହେଉଛନ୍ତି ।

ଆଉ ଏଭଳି ଅପମାନ ଦ୍ୱାରା ସେ ଏବଂ ତାଙ୍କ ପୁରା ପରିବାର ମାନସିକ ଓ ଶାରୀରିକ ଭାବେ ପ୍ରଭାବିତ ହେଉଛନ୍ତି । ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ଟ୍ୱିଟ୍, କୌଣସି ଅପରାଧ ନୁହେଁ ବୋଲି ଅନୁଭବ ଲେଖିଛନ୍ତି । ତେବେ ଏନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ପାରିବାରିକ ବିବାଦ ମାମଲାରେ ଗତ ୧୪ ତାରିଖରେ ଉଭୟ ଅନୁଭବ ଏବଂ ବର୍ଷା କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ପରେ ଫ୍ୟାମିଲି କୋର୍ଟ ଜଜ୍, ତାଙ୍କ ଚାମ୍ବରରେ ଉଭୟଙ୍କ ସହ ଆଲୋଚନା କରିଥିଲେ ।ମିଥ୍ୟା ତଥ୍ୟ ନ ଦେବାକୁ କଟକ ପରିବାର ଅଦାଲତରେ ସତ୍ୟପାଠ ଦାଖଲ କରିଥିଲେ ବର୍ଷା । ଏଥିସହ ବିଚାର ପ୍ରକ୍ରିୟାରେ ସହଯୋଗ କରିବା ଏବଂ ଅଯଥା ସମୟ ନନେବାକୁ ମଧ୍ୟ ବର୍ଷା ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଥିଲେ ।

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com