ଓଡ଼ିଶା
ଭଦ୍ରକକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର; ୨୭୪ କୋଟି ଟଙ୍କା ଦେଲେ ଭେଟି

ଭଦ୍ରକ,୦୨।୦୬: ଭଦ୍ରକ ଜିଲ୍ଲାକୁ ୨୭୪ କୋଟି ଟଙ୍କାର ବହୁମୂଲ୍ୟ ପ୍ରକଳ୍ପ ଉପହାର ଦେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ୧୩ଟି ପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ସହ ଅନେକ ନୂଆ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।
ଏହି ଅବସରରେ ସେ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ, ୧୬ ବର୍ଷ ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାକଙ୍କ ଅଭିଯୋଗ ଶୁଣୁ ନ ଥିଲେ । ଆମ ସରକାର ଲୋକଙ୍କ ଅଭିଯୋଗ ସୁଣୁଛି ଏବଂ ଲୋକଙ୍କ ଉନ୍ନତି ପାଇଁ କାମ କରୁଛି ।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ପୂର୍ବତନ ସରକାର 5T ନାଁରେ ଲୋକଙ୍କୁ ଭୁଆଁ ବୁଲାଉଥିଲା ଏବଂ ଆୟୁଷ୍ମାନ ଯୋଜନା ଆରମ୍ଭ କରିବାକୁ ମନା କରିଥିଲା । ଚାଷୀଙ୍କୁ ଶହେ ଚଙ୍କା ବୋନସ ଦେବା ଘୋଷଣା କରି ବି ତାହାକୁ କାର୍ଯ୍ୟାନ୍ବୟ କରିନଥିଲା । ସେ ଏହା ମଧ୍ୟ କହିଛନ୍ତି ଯେ, ସୁଭଦ୍ରା ଯୋଜନାର ସହାୟତା ରାଶି ଦ୍ୱାରା ‘ଲକ୍ଷପତି ଦିଦି’ ତିଆରି ହୋଇପାରିଛନ୍ତି ।