ଓଡ଼ିଶା

ସିରିଜ ଦୁର୍ଘଟଣାରେ ଜଣେ ମୃତ, ୭ ଗୁରୁତର

ମୋହନା() ଗଜପତି ଜିଲ୍ଲା ମୋହନା ବ୍ଲକ ଅଧିନ ଅଡ଼ବା ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ସିରିଜ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ‌ଘଟିଥିବା ବେଳେ ଅନ୍ୟ ୭ଜଣଙ୍କୁ ଗୁୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଗୁଡ଼ାନାଲି ଗାଁ ନିକଟରେ ଦୁଇଟି ଅଟୋ ସହିତ ବାଇକ୍‌ର ଧକ୍କା ହୋଇଛି। ବାଇକ ଚାଳକ ନିୟନ୍ତ୍ରଣ ହରାଇ ଅଟୋକୁ ଧକ୍କା କରିଛନ୍ତି। ଘଟଣାସ୍ଥଳରେ ହିଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକଙ୍କର ସହାୟତରେ ସମସ୍ତ ୭ ଜଣ ଗୁରୁତରଙ୍କୁୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ମୃତକ ଓ ଗୁରୁତରଙ୍କ ପରିଚୟ ମିଳିପାରିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com