ଓଡ଼ିଶା

ବାତ୍ୟାର ରୂପ ନେଇପାରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର, ୧୭ /୧୦/୨୦୨୨-   ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୦ ତାରିଖରେ ଲଘୁଚାପର ରୂପ ନେବ ବୋଲି ଅନୁମାନ କରାଯାଉଛି । ଦକ୍ଷିଣ ଚାଇନା ସାଗରରେ ଆଉ ଏକ ସିଷ୍ଟମ ରହିଥିବାରୁ ଏହା ବର୍ତ୍ତମାନ ଘନୀଭୂତ ହୋଇପାରୁନାହିଁ । ୨୧ ତାରିଖରେ ଘୂର୍ଣ୍ଣିବଳୟ ଘନୀଭୂତ ହେବା ଆରମ୍ଭ ହେବ । ଆଣ୍ଡାମାନରୁ ବାହାରି ତାମିଲନାଡୁ ଗତି ପରିବର୍ତ୍ତନ କରି ଫନିର ଗତିପଥରେ ଆସି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ହୋଇ ପୂର୍ବ ଉପକୂଳକୁ ମୁହାଁଇବା ସମ୍ଭାବନା ରହିଛି ।

ଏହି ଘୁର୍ଣ୍ଣିବଳୟ ବାତ୍ୟା କିମ୍ବା ମହାବାତ୍ୟାର ରୂପ ନେଇପାରେ । ୨୨ ତାରିଖ ସୁଦ୍ଧା ବାତ୍ୟାର ଗତିପଥ ଏବଂ ତୀବ୍ରତା ନେଇ ସ୍ପଷ୍ଟ ଚିତ୍ର ଆସିବ । ଆନ୍ଧ୍ର ଓଡିଶା ନଚେତ ଓଡିଶା ପଶ୍ଚିମବଙ୍ଗ ଉପକୂଳ ଦେଇ ଯିବ ବୋଲି ବିଭିନ୍ନ ମଡେଲ ଭିନ୍ନଭିନ୍ନ ଆକଳନ କରୁଛନ୍ତି । NAVGM ମଡେଲ କହୁଛି ଓଡ଼ିଶାର ପୁରୀ କୋଷ୍ଟରେ ଲ୍ୟାଣ୍ଡଫଲ ହୋଇପାରେ । ସେହିପରି ଜିଏଫଏସର ଆକଳନ ପୁରୀ ଉପକୂଳରେ ଲ୍ୟାଣ୍ଡଫଲ କହୁଥିବାବେଳେ ୟୁକେ ମେଟର ଆକଳନ ଓଡିଶା ଉପକୂଳ କହିଛି । ୨୪ ରୁ ୨୬ ମଧ୍ୟରେ ଉପକୂଳ ଅତିକ୍ରମ କରିବା ନେଇ ସଙ୍କେତ ରହୁଛି ।

ଫଳରେ ୨୩ ରୁ ୨୬ ମଧ୍ୟରେ ଉପକୂଳ ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏହି ସମୟରେ ପବନର ବେଗ ୧୦୦ ରୁ ୧୨୦ କିମି ରହିବା ସହ ଭୁବନେଶ୍ୱରରେ ୬୦ ରୁ ୭୦ କିମି ବହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ ।

Related Articles

Back to top button
WP Twitter Auto Publish Powered By : XYZScripts.com