Breaking NewsFeaturedଓଡ଼ିଶାଶିକ୍ଷା

ବାହାନଗା ସ୍କୁଲ୍ ଘର ଭଙ୍ଗାଯିବା ନେଇ ଜିଲ୍ଲାପାଳ କହିଲେ ଏମିତି

ଜୁନ ୧୬ରେ ସରିବ ଖରାଛୁଟି

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଭଙ୍ଗାଯିବ ବାହାନଗା ହାଇସ୍କୁଲ ଘର । ଏଭଳି ଆଶଙ୍କା ଏବେ ସାଧାରଣରେ ଦେଖାଯାଇଛି । କାରଣ ଆଉ କିଛି ଦିନ ପରେ ଖୋଲିବ ସ୍କୁଲ । ସ୍କୁଲ ଖୋଲିଲେ କେମିତି ବସି ପାଠ ପଢିବେ ପିଲା । ତାକୁ ନେଇ ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛନକା ପସିଛି। କାରଣ ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ଶହ ଶହ ଯାତ୍ରୀଙ୍କ ମୃତଦେହ ସେମାନଙ୍କ ସ୍କୁଲରେ ଥିଲା । ଆଉ ଏହି ଘର ଥିଲା କୁଢ କୁଢ ମୃତଦେହଙ୍କ ମୁକସାକ୍ଷୀ । ମୃତଦେହ ରହିଥିବାରୁ ସେଠାକୁ ଯିବାକୁ ଭୟ କରୁଛନ୍ତି ସ୍କୁଲ ପିଲା । ପିଲାମାନେ ଭୟ କରୁଥିବାରୁ ବାହାନଗା ହାଇସ୍କୁଲରେ ମୃତଦେହ ରଖାଯାଇଥିବା ଘର ଭଙ୍ଗା ଯିବାର ଅନେକ ସମ୍ଭାବନା ରହିଛି।

ଏନେଇ ଗୁରୁବାର ବାଲେଶ୍ୱର ଜିଲ୍ଲାପାଳ ସ୍କୁଲ ପରିଦର୍ଶନ କରିଛନ୍ତି । ସେ କହିଛନ୍ତି ଯେ ସ୍କୁଲ ପରିଚାଳନା କମିଟି ଚାହିଁଲେ ହିଁ ଘରକୁ ଭଙ୍ଗାଯାଇପାରିବ । ସ୍କୁଲ ପରିଚାଳନା କମିଟି ଏନେଇ ଚୂଡାନ୍ତ ନିଷ୍ପତ୍ତି ଜଣାଇଲେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ସ୍କୁଲ ପ୍ରାର୍ଥନା ହଲ ସମେତ ଅନ୍ୟ ଶ୍ରେଣୀ ଗୃହରେ ମୃତଦେହ ରଖାଯାଇଥିଲା । ୩୬ ଘଣ୍ଟା ଧରି ମୃତଦେହ ଗୁଡିକ ସେଠାରେ ଥିଲା । ପରେ ଏଠାରୁ ଭୁବନେଶ୍ୱର ପଠାଯାଇଥିଲା । ମୃତଦେହ ସବୁ ଭୁବନେଶ୍ୱରକୁ ସ୍ଥାନାନ୍ତର ହେବା ପରେ ବାହାନଗା ସ୍କୁଲ ପରିସରକୁ ସାନିଟାଇଜ କରାଯାଇଥିଲା। ହେଲେ ସ୍କୁଲରେ ମୃତଦେହ ଥିବାରୁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସେଠାକାର ଲୋକେ ଭୟଭୀତ ଅଛନ୍ତି । ଅନ୍ୟପଟେ ଖରା ଛୁଟି ସରିବାକୁ ଆଉ ମାତ୍ର ସପ୍ତାହେ ବାକି ଅଛି । ଜୁନ ୧୬ରେ ସ୍କୁଲ ଖୋଲିବ । ପୂର୍ବରୁ ସ୍କୁଲକୁ ରଙ୍ଗ ଦିଆଯିବାକୁ ସ୍କୁଲ କମିଟି ପ୍ରସ୍ତାବ ଦେଇଥିଲେ । ସ୍କୁଲ କମିଟି ଚାହିଁଲେ ପୂଜାପାଠ ସହ ରଙ୍ଗ ଦେବା କାର୍ଯ୍ୟ ହୋଇପାରିବ ଓ ସ୍କୁଲ ପରିବେଶକୁ ସ୍ୱଚ୍ଛ-ସୁସ୍ଥ କରାଯାଇପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com