ଓଡ଼ିଶା

ଓଡ଼ିଶା: ଅସରାଏ ବର୍ଷାରୁ ଆଶ୍ବସ୍ତି, 13 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର, ମେ 4: ମଙ୍ଗଳବାର ସନ୍ଧ୍ୟା 6ଟା ପରଠାରୁ ଭଲ ଅସରାଏ ବର୍ଷାରେ ଭିଜିଲା ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା । ଅସହ୍ୟ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଥିବା ଓଡ଼ିଶାବାସୀଙ୍କୁ ମିଳିଛି ତାତିରୁ ସାମାନ୍ୟ ଆଶ୍ବସ୍ତି । ଏପଟେ ସମ୍ଭାବ୍ୟ ବାତ୍ୟା ‘ଆସାନୀ’କୁ ନେଇ ଶଙ୍କା ମଧ୍ୟ ରାଜ୍ୟବାସୀଙ୍କ ମନରେ ଭୟ ଭରିଦେଇଛି ।

ସମ୍ଭାବିତ ବାତ୍ୟା ପ୍ରଭାବରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଳାରେ ଝଡ଼ିବର୍ଷା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଘଡ଼ଘଡ଼ି ଓ ବଜ୍ରପାତ ସହ ବର୍ଷା ସମୟରେ ପବନର ବେଗ ୩୦ରୁ ୪୦ କି.ମି. ରହିବ ବୋଲି ସୂଚନା ମିଳିଛି ।

ଏହାସହ ରାଜ୍ୟର ୧୩ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାଗୁଡ଼ିକ ହେଲା- ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କନ୍ଧମାଳ, ମାଲକାନାଗିରି, ରାୟଗଡ଼ା, କୋରାପୁଟ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ।

Related Articles

Back to top button
WP Twitter Auto Publish Powered By : XYZScripts.com