ଓଡ଼ିଶା

ରୁଚିକାଙ୍କ ମା’ଙ୍କୁ ଉଠାଇ ନେଲା ପୋଲିସ, ନ୍ୟାୟ ପାଇଁ କଲେଜ ସମ୍ମୁଖରେ ଧାରଣାରେ ବସିଥିଲେ

ଭୁବନେଶ୍ବର: ଭୁବନେଶ୍ବର ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଧାରଣାସ୍ଥଳରୁ ରୁଚିକାଙ୍କ ମା’ଙ୍କୁ ଉଠାଇ ନେଲା ପୋଲିସ । ଜୋର ଜବରଦସ୍ତ ରୁଚିକାଙ୍କ ମା’କୁ ପୋଲିସ ଉଠାଇ ନେଇଛି । ଆନ୍ଦୋଳନରତ ଛାତ୍ର ସଙ୍ଗଠନ ସଦସ୍ୟଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଛି । ନ୍ୟାୟ ପାଇଁ କଲେଜ ସମ୍ମୁଖରେ ଧାରଣାରେ ବସିଥିଲେ ରୁଚିକାଙ୍କ ମା’ ।

ଉଲ୍ଲେଖଯୋଗ୍ୟ ଯେ, ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ଦୀର୍ଘ ୧୦ ଦିନ ବିତିଯାଇଥିଲେ ମଧ୍ୟ ରାଗିଂ କରିଥିବା ୩ ଛାତ୍ରୀ ଚିହ୍ନଟ ହୋଇପାରିନାହାନ୍ତି । ନ୍ୟାୟ ପାଇଁ ଧାରଣାରେ ବସିଥିବା ରୁଚିକାଙ୍କ ମା’ କଲେଜ ସମ୍ମୁଖରେ ଶୁଦ୍ଧିକ୍ରିୟା କରିବେ ବୋଲି ପୋଲିସକୁ ଶୁଣାଇଥିଲେ । ନ୍ୟାୟ ପାଇଁ ବସିଛି, ବସିବି, ଘରକୁ  ଯିବିନାହିଁ, ଶୁଦ୍ଧିକ୍ରିୟା ଏକାଦଶାହ  ସବୁ  କଲେଜ  ସମ୍ମୁଖରେ କରିବି ବୋଲି ମଧ୍ୟ ରୁଚିକାଙ୍କ ମା’ ଶୁଣାଇଥିଲେ । ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ହେତୁ ନାରାଶ ହୋଇ ସେ ଏଭଳି  କହିଥିଲେ ।ଏତେ ଦିନ ଧରି ତଦନ୍ତ ଚାଲୁଥିବାରୁ ପୋଲିସ ଉପରୁ ଧୀରେ  ଧୀରେ ଭରସା କମିଯାଉଛି ବୋଲି ରୁଚିକାଙ୍କ ମା’ କହିଥିଲେ । ପୋଲିସ ଟିମ୍ ସବୁଦିନ ଛାତ୍ରୀନିବାସ ଆସୁଛନ୍ତି, ପୁଣି ଫେରିଯାଉଛନ୍ତି । ହେଲେ କେହି ଧରାପଡୁନାହାନ୍ତି । ଫଳରେ ସେ ନିରାଶ ହୋଇଗଲେଣି ବୋଲି ରୁଚିକାଙ୍କ ମା’ କହିଥିଲେ ।

ସେପଟେ ବିଜେବି କଲେଜ କାରୁବାକି ଛାତ୍ରୀ ନିବାସରେ ମନୋସ୍ତତ୍ତ୍ବବିତଙ୍କୁ ନେଇ ପହଞ୍ଚିଥିଲା  ପୋଲିସ । ଛାତ୍ରୀମାନେ କୌଣସି  ପ୍ରକାରରେ ପ୍ରଭାବିତ ହୋଇ ଭୟରେ ରହିଥିବାରୁ କୌଣସି କଥା ପ୍ରଘଟ  କରୁନାହାନ୍ତି ବୋଲି ସନ୍ଦେହ ଘନୀଭୂତ ହୋଇଥିବାରୁ ଛାତ୍ରୀଙ୍କୁ କାଉନସେଲିଂ କରିଛନ୍ତି ମନୋସ୍ତତ୍ତ୍ବବିତ୍ । ମନୋସ୍ତତ୍ତ୍ବବିତ୍ ପ୍ରାପ୍ତି ପ୍ରଧାନ ପୋଲିସ ସହ ମିଶି ବିଭିନ୍ନ ଦିଗଗୁଡିକ ତଦନ୍ତ  ସହ ଯୁକ୍ତ ୩ ଛାତ୍ରୀମାନଙ୍କୁ ଜଣ ଜଣ କରି କାଉନସେଲିଂ କରୁଛନ୍ତି ।  ସିନିୟରମାନେ ରାଗିଂ କରୁଛନ୍ତି କି ସେ ନେଇ ପଚରାଉଚରା ଚଳାଇଛି । ଏପରିକି ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com