ଓଡ଼ିଶା

ସିରିଜ ଡକାୟତିରେ ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା

ସାଲେପୁର() କିଶନନଗର ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ଗତକାଲି ବିଳମ୍ବିତ ରାତିରେ ସିରିଜି ଡକାୟତି । ଲକ୍ଷ୍ୟାଧିକ ଟଙ୍କା ଓ ଗହଣା ଗାଣ୍ଠି ଲୁଟିନେଲେ ଡକାୟତମାନେ।ଏଭଳି ଘଟଣା ଘଟିଛି କଟକ ଜିଲ୍ଲା କିଶନନଗର ଥାନା ବୋଇଲୋ ଗ୍ରାମରେ ।

ବୋଇଲୋ ଗ୍ରାମର ୩ଜଣଙ୍କ ଘରକବାଟ ଭାଙ୍ଗି ଡକାୟତମାନେ ଲୁଟ କରିଥିଲେ । ବୋଇଲୋ ଗ୍ରାମର ସମରେନ୍ଦ୍ର ନାରାୟଣ ମିଶ୍ର, ପ୍ରିୟଦର୍ଶୀନୀ ମିଶ୍ର ଓ ମନ୍ଦାକିନୀ ନାୟକଙ୍କ ଘରୁ ଡକାୟତ ମାନେ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସୁନା ଗହଣା ସହ ୫୦ ହଜାର ଟଙ୍କା ଚୋରି ହୋଇଥିବାନେଇ କିଶନନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com