ଓଡ଼ିଶା

ବିନା ବ୍ୟବଚ୍ଛେଦରେ ପୋତି ଦେଇଥିଲେ ନାବାଳକ ପୁଅର ମୃତଦେହ, ମାଟି ଖୋଳି ବାହାରକଲା ପୋଲିସ

ଉଦଳାଆଇନ ଆଗରେ ହାରିଗଲା ମମତା । ଅକ୍ଷତ ଅବସ୍ଥାରେ ପୁଅର ଅନ୍ତିମ ସଂସ୍କାର କରିଥିଲେ ବାପା-ମା’ । ମାଟି ଖୋଳି ପୋତା ଯାଇଥିବା ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଉଦ୍ଧାର ଲା ପୋଲିସ । ଆଉ ଏହା ଦେଖି ମା’ ନିଜର କୋହ ସମ୍ଭାଳି ପାରୁନାହିଁ । ମୁଣ୍ଡରେ ହାତ ବାଡେଇ କାନ୍ଦୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କପ୍ତିପଦା ଥାନା ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସି ୩ନଂ ଓ୍ବାର୍ଡର ଶରତ ପାତ୍ର ତାଙ୍କ ୫ବର୍ଷର ପୁଅ ରିତେଶ ପାତ୍ରକୁ ନେଇ ଉଦଳା ସ୍ଥିତ ଏକ ହୋଟେଲରେ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିଲେ । ଏହି ସମୟରେ ପୁଅ ବୁଲୁଥିବା ବେଳେ ଅସାବଧାନତା ବଶତଃ ହୋଟେଲର ସୁଇମିଂ ପୁଲ୍‌ରେ ପଡିଯାଇଥିଲେ। ପରେ ଜାଣିବା ପରେ ତାକୁ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏହା ଶୁଣିବା ପରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ବାପା-ମା’। ପୁଅକୁ ସାଙ୍ଗରେ ନେଇ ଘରକୁ ଚାଲିଯାଇଥିବା ବେଳେ ଡୁକୁରା ଡାକ୍ତରଖାନାରେ ଦେଖାଇଥିଲେ । ସେଠାରେ ମଧ୍ୟ ସମାନ ଉତ୍ତର ପାଇବା ପରେ ପୁଅକୁ ନେଇ ନିଜ ଘର କପ୍ତିପଦା ଥାନା ଜାମବଣୀ ଗ୍ରାମରେ ଅନ୍ତିମ ସଂସ୍କାର କରିଥିଲେ । ପରେ ପୁଅକୁ ପୋତି ଦେଇଥିଲେ ।

ଉଦଳା ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିବା ବେଳେ ନାବାଳକଙ୍କର ଶବ ବ୍ୟବଚ୍ଛେଦ କରାଇଥାନ୍ତା ପୋଲିସ । ହେଲେ ବାପା-ମା’ ବିନା ବ୍ୟବଚ୍ଛେଦରେ ପୁଅର ମୃତଦେହକୁ ନେଇ ଅନ୍ତିମ ସଂସ୍କାର କରିଥିଲେ । ସୋମବାର ଉଦଳା ପୋଲିସ ଜାମବଣୀ ଗ୍ରାମରେ ପହଞ୍ଚି କପ୍ତିପଦା ପୋଲିସ ସହାୟତାରେ ମାଟି ତଳେ ପୋତା ଯାଇଥିବା ନାବାଳକଙ୍କ ମୃତଦେହ ଉଦ୍ଧାର କରିଛି । ବ୍ୟବଚ୍ଛେଦ କରାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପୁଅର ବ୍ୟବଚ୍ଛେଦ କରାଇବାକୁ ବାପା-ମା’ ରାଜି ନହେବା ସହ ସେମାନେ ପୁଅର ବ୍ୟବଚ୍ଛେଦକୁ ସହିପାରିବେ ନାହିଁ ବୋଲି ମୃତଦେହ ନେଇ ଯାଇଥିଲେ । ହେଲେ ଆଇନ ଆଗରେ ହାରିଗଲା ମମତା । ପୋଲିସ ମୃତଦେହକୁ ମାଟିତଳୁ ଉଦ୍ଧାର କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com