ଅନ୍ୟାନ୍ୟ

ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

କଟକ, ୨୪/୦୧/୨୦୨୩ –    ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ଆଣିଲେ ମୃତକଙ୍କ ସଂପର୍କୀୟ । କାଜୁଆଲୀଟିରୁ ବିନା ଅକ୍ସିଜେନରେ ମେଡିସିନ ଓ୍ବାର୍ଡକୁ ରୋଗୀଙ୍କୁ ପଠା ଯାଇଥିବା ନେଇ ଅଭିଯୋଗ ହୋଇଛି । ଓ୍ବାର୍ଡରେ ଏକ ଘଣ୍ଟା ଅକ୍ସିଜେନ ନ ମିଳିବାରୁ ରୋଗୀର ମୃତ୍ୟୁ ହୋଇଥିବା ନେଇ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି SCB ବଡ଼ ମେଡିକାଲରେ ।

ମେଡିକାଲ କର୍ତ୍ତୃପକ୍ଷଙ୍କ ପାଖରେ ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲାର ଭାଗବତ ମହାନ୍ତି ଶ୍ୱାସଜନିତ ସମସ୍ୟା ଲାଗି ସୋମବାର ଦିନ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିଲା । ହେଲେ ଏବେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ହେଲେ ବାଲେଶ୍ବରର ଭାଗବତ ମହାନ୍ତି ।

କିନ୍ତୁ ପରିବାର  ପରିବାର ମତରେ, ଅକ୍ସିଜେନ୍‌ ଅଭାବରୁ ଭାଗବତଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏସସିବି କର୍ତ୍ତୃପକ୍ଷ । ରୋଗୀ ମୃତ୍ୟୁ ଘଟଣାର ତଦନ୍ତ ହେବ । ଏକ ସ୍ୱତନ୍ତ୍ର କମିଟି ଏହାର ତଦନ୍ତ କରିବ । ତଦନ୍ତରେ ଅବହେଳା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com