ଅନ୍ୟାନ୍ୟ

ପୁଣି ଚାକିରିରୁ ବହିଷ୍କାର ହେଲେ ୨୪ ଶିକ୍ଷକ

ନବରଙ୍ଗପୁର, ୦୬/୦୧/୨୦୨୩-  ପୁଣି ଚାକିରିରୁ ବିଦା ହେଲେ ଶିକ୍ଷକ । ୨୦୧୦ ମସିହାରୁ ୨୦୨୨ ମସିହା ମଧ୍ୟରେ ମନମୁଖୀ କାର୍ଯ୍ୟରେ ଯୋଗ ଦେଉନଥିବା ଶିକ୍ଷକଙ୍କୁ ବିଦା କରାଯାଇଛି । ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ର ସେମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି । ଜିଲ୍ଲାର କିଛି ବିଦ୍ୟାଳୟରେ ୩୦ ଶିକ୍ଷକ ଦୀର୍ଘ ୧୨ ବର୍ଷ ଧରି ବିଦ୍ୟାଳରେ ଅନୁପସ୍ଥିତ ଥିଲେ । ଫଳରେ ସେମାନଙ୍କୁ ୭ ଦିନ ମଧ୍ୟରେ ଲମ୍ବାଛୁଟିର କାରଣ ସମ୍ପର୍କରେ ଉତ୍ତର ଦେବା ପାଇଁ ନୋଟିସ୍‍ ଜାରି କରାଯାଇଥିଲା ।

ସେମାନଙ୍କ ମଧ୍ୟରୁ ୬ ଜଣ ଶିକ୍ଷକ କାରଣ ଦର୍ଶାଇ ଦେଇଥିବା ବେଳେ ବାକି ୨୪ ଜଣ ଉତ୍ତର ଦେଇ ନଥିଲେ । ଫଳରେ ୨୪ ଜଣଙ୍କ ଉପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଶୁକ୍ରବାର ଚାକିରିରୁ ବହିଷ୍କାର କରିଛନ୍ତି । ତେବେ ଜିଲ୍ଲାର ରାଇଘରରୁ ସର୍ବାଧିକ ୭ ଜଣ ଶିକ୍ଷକଙ୍କୁ ବାହାର କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com