ଅନ୍ୟାନ୍ୟ

୧୩ ଦିନ ମଧ୍ୟରେ ସରିବ ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର, ୦୨/ ୦୪/୨୦୨୩ –    ଏପ୍ରିଲ ୩ରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । ସେହିପରି ଏପ୍ରିଲ ୧୫ ସୁଦ୍ଧା ଖାତା ଦେଖା ସରିବ । ଏଥିପାଇଁ ୫୬ଟି ମୂଲ୍ୟାୟନ କେନ୍ଦ୍ର ବଛାଯାଇଛି । ଏଥର ଜୁଲାଇ ନୁହେଁ, ଚଳିତମାସ ଶେଷ ସୁଦ୍ଧା ପ୍ରକାଶ ପାଇପାରେ ମାଟ୍ରିକ ପରୀକ୍ଷା ଫଳ । ପରୀକ୍ଷା ଫଳ ବାହାରିବା ପରେ ଜୁନ୍ ଦ୍ଵିତୀୟ ସପ୍ତାହରୁ ଏକାଦଶ ଶ୍ରେଣୀ ଆରମ୍ଭ ହେବାର ସମ୍ଭାବନା ରହିଛି ।

ଏପ୍ରିଲ ଶେଷ ସୁଦ୍ଧା ଯଦି ଫଳ ପ୍ରକାଶ ପାଏ, ଜୁନ୍ ମାସରୁ ଏକାଦଶ ଶ୍ରେଣୀ ଆରମ୍ଭ ହେବ । ଏହା ଭିତରେ ଫର୍ମ ଫିଲ ଅପ୍ କରି ପରୀକ୍ଷା ଦେଇ ନଥିବା ୧୩ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ଏପରି ହେଲେ, ଜୁଲାଇ ସୁଦ୍ଧା ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀ ଏକାଦଶକୁ ଉତ୍ତୀର୍ଣ୍ଣ ହେବେ ।

ପୂର୍ବରୁ ଜୁଲାଇ ଯାଏଁ ଫଳାଫଳ ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା । ହେଲେ ଏଥର ମାଧ୍ୟମିକ ଶିକ୍ଷା ବୋର୍ଡ ସହ ଆଲୋଚନା କରି ଶୀଘ୍ର ମାଟ୍ରିକ ଫଳ ପ୍ରକାଶ କରିବା ଦିଗରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତତ୍ପରତା ଦେଖାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com