ଅନ୍ୟାନ୍ୟ

ଶ୍ରୀମନ୍ଦିରରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ଲାଗି ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା

ଭୁବନେଶ୍ୱର, ୨୭/୧୨/୨୦୨୨-  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପ୍ରବେଶ ଲାଗି ମଙ୍ଗଳବାର ଠାରୁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ଶ୍ରୀମନ୍ଦିରକୁ ଯିବା ପାଇଁ ଏଣିକି ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଆଉ ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବନି ।  ସେମାନେ ସ୍ୱତନ୍ତ୍ର ଧାଡ଼ିରେ ସିଂହଦ୍ୱାର ବାଟେ ବାଇଶି ପାହାଚ ଦେଇ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି ।

ସୋମବାର ରାତିରେ ୯ ଜଣ ଛାତ୍ରୀ ଅତ୍ୟଧିକ ଗହଳି ଯୋଗୁ ଅଣନିଶ୍ୱାସୀ ହୋଇ ଶ୍ରୀମନ୍ଦିରରେ ଅଚେତ ହୋଇ ପଡିଥିଲେ । ତଳେ ପଡ଼ିଯିବାରୁ କିଛି ଭକ୍ତ ବି ଛାତ୍ରୀମାନଙ୍କୁ ଚକଟି ଦେଇଥିଲେ । ପରେ ଅନ୍ୟ ଛାତ୍ରୀ ଓ ଶିକ୍ଷକମାନେ ପାଟି କରିବାରୁ ଗହଳି ଭିତରୁ ଛାତ୍ରୀମାନଙ୍କୁ ଉଦ୍ଧାର କରା ଯାଇଥିଲା । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ଚିକତ୍ସା ପରେ ସୁସ୍ଥ ଅନୁଭବ କରିବାରୁ ସମସ୍ତ ଆହତ ଛାତ୍ରୀଙ୍କୁ ଆଜି ସକାଳୁ ଛାଡି ଦିଆଯାଇଛି ।

ଏହା ପୂର୍ବରୁ ସ୍ନାନମଣ୍ଡପ ସମ୍ମୁଖରେ ଥିବା ବାରିକେଡ୍‌ରେ ସୋମବାର ଜଣେ ନାବାଳିକାଙ୍କ ମୁଣ୍ଡ ପଶିଯିବାରୁ ସେ ଘଣ୍ଟାଏ ଧରି ଫସି ରହିଥିଲେ । ପରେ ବାରିକେଡ୍‌ ଲୁହାକୁ କାଟି ସଂପୃକ୍ତ ନାବାଳିକାକୁ ଉଦ୍ଧାର କରା ଯାଇଥିଲା । ଏହି ସବୁ ଘଟଣା ପରେ ଭବିଷ୍ୟତରେ ଏପରି କୌଣସି ଅଘଟଣକୁ ଏଡ଼ାଇବାକୁ ଏହି ବ୍ୟବସ୍ଥା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com