ଓଡ଼ିଶା

ଆହୁରି ୩ ଦିନ ଘନ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର, ୧୯/୦୧/୨୦୨୩ –   ବାଂଲାଦେଶ ଆଖପାଖ ଅଞ୍ଚଳରେ ବର୍ତ୍ତମାନ ପଶ୍ଚିମା ଝଡ଼ ୱେଷ୍ଟର୍ଣ୍ଣ ଡିଷ୍ଟର୍ଭାନ୍ସ ସକ୍ରିୟ ରହିଥିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବର୍ତ୍ତମାନ ଏକ ଗୁରୁଚାପ-ବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟକୁ ଜଳୀବାଷ୍ଫପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବା ବେଳେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡିକରେ ଆହୁରି ୩ ଦିନ ଘନ କୁହୁଡ଼ି ହେବାର ଆଶଙ୍କା ରହିଛି ।

ଘନ କୁହୁଡ଼ି ଦୃଶ୍ୟମାନ ହେଉଥିବା ଅଞ୍ଚଳରେ ଦୃଶ୍ୟମାନ ଦୂରତା ୨୦୦ ମିଟର ରୁ ୫୦ମିଟର ପର୍ଯ୍ୟନ୍ତ ରହିବା ସମ୍ଭାବନା ଥିବାରୁ ସତର୍କତା ଅବଲମ୍ଭନ ପାଇଁ ପରାମର୍ଶ ଦିଆଯାଇଛି । ଗୁରୁବାର ସକାଳ ସୁଦ୍ଧା ୮ ଟି ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ଥିବାବେଳେ ଗୁରୁବାର ରାତିରୁ ଶୁକ୍ରବାର ସକାଳ ମଧ୍ୟରେ କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ନୟାଗଡ଼, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଛି ।

ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇ ଜିଲ୍ଲାପାଳମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ SRCଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ଯାନବାହନ ଚଳାଚଳ ବେଳେ କିପରି ଦୁର୍ଘଟଣାକୁ ଏଡ଼ାଯିବ ତାହା ସୁନିଶ୍ଚିତ କରିବାକୁ ପରିବହନ ବିଭାଗ ଓ ପୁଲିସ ବିଭାଗ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ୨୦ତାରିଖ ରାତିରୁ ଆଉ ଏକ ପଶ୍ଚିମା ଝଡ଼ ରାଜ୍ୟରେ ପ୍ରଭାବ ପକାଇବ ବୋଲି ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com