ଓଡ଼ିଶା

ଛତିଶଗଡ଼ରେ ହେଲିକପ୍ଟର ଦୁର୍ଘଟଣା, ୨ ପାଇଲଟ ମୃତ

ରାୟପୁର: ଛତିଶଗଡ଼ ରାୟପୁରରେ ହେଲିକପ୍ଟର କ୍ରାସ୍ । ଏକ ଟ୍ରେନିଂ ହେଲିକପ୍ଟର ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି । ପ୍ରାଣ ହରାଇଥିବା ଦୁଇ ପାଇଲଟ ହେଲେ କ୍ୟାପଟେନ ଗୋପାଳକୃଷ୍ଣ ପଣ୍ଡା ଓ ଏ.ପି. ଶ୍ରୀବାସ୍ତବ । ରାୟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ବିମାନବନ୍ଦର ନିକଟରେ ଅଘଟଣ ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣାକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଶୋକପ୍ରକାଶ କରିଛନ୍ତି ।

ହେଲିକପ୍ଟରଟି ଅବତରଣ କରିବାବେଳେ ସେଥିରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଦୁଇ ପାଇଲଟଙ୍କୁ ସ୍ଥାନୀୟ ରାମକ୍ରିଷ୍ଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ରାୟପୁରର ବରିଷ୍ଠ ଏସପି ପ୍ରଶାନ୍ତ ଅଗ୍ରଓ୍ବାଲ ।

Related Articles

Back to top button
WP Twitter Auto Publish Powered By : XYZScripts.com