ଓଡ଼ିଶା

ରାଜନୈତିକ ଶତ୍ରୁତାରୁ ଶୋଇଥିବା ଯୁବକକୁ ଟାଙ୍ଗିଆରେ ହତ୍ୟା: ଅଭିଯୁକ୍ତ ଗିରଫ

ଛେଣ୍ଡିପଦା() ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଥାନା ଦୁର୍ଗାପୁର ଗ୍ରାମରେ ରାଜନୈତିକ ଶତ୍ରୁତାରୁ ଜଣେ ଶୋଇଥିବା ଯୁବକଙ୍କୁ ଅତି ନୃଶଂସ ଭାବେ ପଡୋଶୀ ଯୁବକ ଟାଙ୍ଗିଆରେ ହାଣି ହତ୍ୟା କରିଛି। ରକ୍ତରଞ୍ଜିତ ଗାଁ ଦାଣ୍ଡ ପିଣ୍ଡିକୁ ଦେଖି ଗ୍ରାମବାସୀଙ୍କୁ ସ୍ତବ୍ଧ କରିଦେଇଛି। ରକ୍ତଭିଜା ଟାଙ୍ଗିଆ ଘରେ ରଖି ଫେରାର ହେଉଥିବା ବେଳେ ଜରପଡା ପୁଲିସ ବକଳା ଜଙ୍ଗଲରୁ ହତ୍ୟାକାରୀକୁ ଧରି ତଦନ୍ତ ଚଳାଇଛି।

ପରିବାର ଲୋକଙ୍କ ଠାରୁ ଖବରପାଇ ପୁଲିସ ଘଟଣାସ୍ଥଳରୁ ଫେରାର ହତ୍ୟାକାରୀ ଗୋବିନ୍ଦର ପିଛାକରି ୩ ଘଣ୍ଟା ପରେ ବକଳା ଜଙ୍ଗଲରୁ ଉଦ୍ଧାର କରିଛି। ଗୋବିନ୍ଦକୁ ଥାନାରେ ଅଟକ ରଖି ପୋଲିସ ଘଟଣାର ଛାନଭିନ ଚଳେଇଛି। ଉଭୟଙ୍କ ମଧ୍ୟରେ ଗତ ପଞ୍ଚାୟତ ନିର୍ବାଚନରୁ ରାଜନୈତିକ ଶତ୍ରୁତା ରହିଥିଲା। ସାଗର କଂଗ୍ରେସ ସମର୍ଥିତ ଥିବାବେଳେ ଗୋବିନ୍ଦ ବିଜେଡି ସମର୍ଥିତ ଥିଲେ। ନିର୍ବାଚନ ଦିନ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ବଚସା ପୋଲିସ ପର୍ଯ୍ୟନ୍ତ କଥା ଯାଇଥିଲା। ସେହିଦିନଠାରୁ ଉଭୟଙ୍କ ମଧ୍ୟରେ ରାଜନୈତିକ ଶତ୍ରୁତା ରହିଥିଲା। ସୁଯୋଗ ଅପେକ୍ଷାରେ ଥିବା ଗୋବିନ୍ଦ ଦଣ୍ଡନୃତ୍ୟ ଓ ଗାଁ ଦାଣ୍ଡ ପିଣ୍ଡିରେ ସାଗର ଶୋଇଥିବା ଦେଖି ହତ୍ୟାକାଣ୍ଡ ଭିଆଇଥିଲା। ହତ୍ୟାକାଣ୍ଡ ପାଇଁ କିଛି ଅସାମାଜିକ ବ୍ୟକ୍ତି ଉସୁକାଇଥିବା ନେଇ ଗ୍ରାମବାସୀମାନଙ୍କର ସନ୍ଦେହ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com