Featuredଓଡ଼ିଶା

ଭତ୍ତା ପାଇଁ ଏଣିକି ଯିବାକୁ ପଡ଼ିବ ନାହିଁ ଅଫିସ୍ । ଘରକୁ ଆସି ଭତ୍ତା ଟଙ୍କା ଦେବ ବ୍ୟାଙ୍କ୍ ।

ଶେଷରେ ସମାଧାନ ହେଲା ସମସ୍ୟା । ଏଥର ଆଉ ହେବାକୁ ପଡ଼ିବ ନାହିଁ ଦହଗଞ୍ଜ । ବାର୍ଦ୍ଧକ୍ୟ ତଥା ଅସୁସ୍ଥତା କାରଣରୁ ବ୍ୟାଙ୍କ ଯାଇ ଭତ୍ତ ଆଣି ପାରୁ ନଥିବା ହିତାଧିକାରୀଙ୍କୁ ଏଥର ଘରେ ମିଳିବ ଟଙ୍କା । ହିତାଧି୍‌ାରୀଙ୍କ ଘରେ ଭତ୍ତା ପହଞ୍ଚାଇବେ ବ୍ୟାଙ୍କ କର୍ତ୍ତୃପକ୍ଷ । ଏଥିପାଇଁ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ନିକଟରେ ଅନେକ ଦୃଶ୍ୟ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ବୟସାଧିକ ହିତାଧିକାରୀମାନେ ଭତ୍ତା ଟଙ୍କା ଆଣିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେତେବେଳେ ଚେୟାର ଧରି ୩ କିମି ଚାଲିବାକୁ ପଡ଼ୁଛି ତ ଆଉ କେତେବେଳେ ଭାରରେ ବୃଦ୍ଧଙ୍କୁ ନଦୀପାର୍ ହେବାକୁ ପଡ଼ୁଛି । ଏନେଇ ଅଭିଯୋଗ ହେବା ପରେ କ୍ଷୋଭ ପ୍ରକାଶ କରିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଶାସନ ସଚିବ ।

ସ୍ବଚ୍ଛତା ରକ୍ଷା ପାଇଁ ହିତାଧିକାରୀଙ୍କ ଆକାଉଣ୍ଟରେ ଡିବିଟି ମାଧ୍ୟମରେ ଭତ୍ତା ଟଙ୍କା ଜମା ହେଉଛି । ଅନେକ ସମୟରେ ଆଧାର ଓ ସର୍ଭରରେ ସମସ୍ୟା ଦେଖାଯାଉଛି । ହିତାଧିକାରୀ ବ୍ୟାଙ୍କ ଦୌଡ଼ିଲେ ବି ସମାଧାନର ବାଟ ଫିଟୁନାହିଁ । ଉଭୟ ଜାତୀୟ ସାମାଜିକ ସହାୟତା କାର‌୍ୟ୍ୟକ୍ରମ ଏବଂ ମଧୁବାବୁ ପେନ୍ସନ୍ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଉଛି । କିନ୍ତୁ ବ୍ୟାଙ୍କରେ ହିତାଧିକାରୀଙ୍କ ଆଧାର ବୈଧତା ପ୍ରମାଣିତ ହୋଇପାରୁନଥିବାରୁ ଭତ୍ତା ଟଙ୍କା ଉଠାଇବାକୁ ହିତାଧିକାରୀ ଅସମର୍ଥ ହେଉଛନ୍ତି ।

ଆଧାର ଯୋଗୁ ଅର୍ଥ ଉଠାଣରେ ସମସ୍ୟା ହେଉଥିବା ତଥ୍ୟକୁ ବିଭାଗ ଦିଆଯିବାକୁ ବ୍ୟାଙ୍କକୁ କୁହାଯାଇଛି । ୨୪ ଘଣ୍ଟା ମଧ୍ୟରେ ହିତାଧିକାରୀଙ୍କୁ ସେମାନଙ୍କର ଘର ପାଖରେ ଉଠାଣ ସ୍ଲିପ୍ ଜରିଆରେ ଭତ୍ତା ଟଙ୍କା ପ୍ରଦାନକୁ ବ୍ୟାଙ୍କ କର୍ତ୍ତୃପକ୍ଷ ସୁନିଶ୍ଚିତ କରିବେ। ଯେଉଁମାନେ ବ୍ୟାଙ୍କରୁ ଭତ୍ତା ପାଇବାରେ ଅସମର୍ଥ ସେମାନଙ୍କ ଘରେ ବ୍ୟାଙ୍କ କର୍ମଚାରୀ ଭତ୍ତା ଟଙ୍କା ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com