ଓଡ଼ିଶା

ଗଡଚଣ୍ଡିଙ୍କ ଖାଇଫୋଦ ଯାତ୍ରା ଭକ୍ତିର ସହ ପାଳିତ

ପୁରୀ() ଗଡଚଣ୍ଡିଙ୍କ ଖାଇଫୋଦ ଯାତ୍ରା ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି। ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଭୀମପୁର ଗ୍ରାମରେ ଆରାଧ୍ୟ ଦେଵୀ ଗଡଚଣ୍ଡିଙ୍କ ପାଖରେ ପିଠିରେ କଣ୍ଟା ଫୋଡି ହୋଇ ଖାଇରେ ଝୁଲିଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି । ଏଥିପାଇଁ ମହାବିଷୁବ ସଂକ୍ରାନ୍ତି ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ଗଡଚଣ୍ଡିଙ୍କ ପାଖରେ । ମାସର ପ୍ରତ୍ୟେକ ଦିନ ହବିଷ।ନ୍ନ ଭୋଜନ କରିବା ସହିତ ମଙ୍ଗଳବାର ଦିନ ଠାକୁରାଣୀଙ୍କ ପାଖରେ କଣ୍ଟାପୂଜା କରିଥାନ୍ତି । ବିଶେଷକରି ମାନସିକଧାରୀ ମାନେ ମାସଯାକ ପରିବାର ଠାରୁ ଅଲଗା ହୋଇ ରହିଥାନ୍ତି ।

ମହାବିଷୁବ ସଂକ୍ରାନ୍ତି ଦିନ ମାନସିକଧାରୀ ମାନେ ସକାଳୁ ଠାକୁରାଣୀଙ୍କ ପାଖରେ ଗୁହାରି ପଡିଥାନ୍ତି । ଠାକୁରାଣୀଙ୍କ ରୀତିନିତି ସଂପୂର୍ଣ୍ଣ ହେବା ପରେ କାଳିସି ମାନେ ଠାକୁରାଣୀଙ୍କ ଆଜ୍ଞାମାଳ ଆଣି ନିକଟସ୍ଥ ପୋଖରୀକୁ ଯାଇଥାନ୍ତି । ସେଠାରେ ମାନସିକଧାରୀ ମାନଙ୍କ ପିଠିରେ କଣ୍ଟା ଫୋଡିଥାନ୍ତି କାଳିସୀ ମାନେ । ଏହାପରେ ଶୋଭାଯାତ୍ରାରେ ମାନସିକଧାରୀଙ୍କ ସହିତ କାଳିସୀ ମାନେ ଅ।ସି ଖାଇରେ ପ୍ରଥମେ ବୁଲିବା ପରେ ମାନସିକଧାରୀ ମାନେ ତିରିଶି ଫୁଟ ଉପରେ ଖାଇରେ ବୁଲିଥାନ୍ତି ।

ପିଠିର ଚମଡାରେ କଣ୍ଟା ଫୋଦା ଯାଇଥିବା ବେଳେ କତା ରଶିରେ ଖାଇ ଉପରେ ଝୁଲି ରହିଥାନ୍ତି ମାନସିକଧାରୀ । ପ୍ରଥମେ କାଳିସୀ ଖାଇରେ ବୁଲିବା ପରେ ମାନସିକଧାରୀ ମାନେ ଖାଇରେ ବୁଲନ୍ତି । ଏହି ସମୟରେ ଶ୍ରଦ୍ଧାଳୁ ମାନେ ସେମାନଙ୍କ ପିଲା ମାନଙ୍କୁ ମାଙ୍କ କରୁଣା ଲାଭ ପାଇବା ପାଇଁ ମାନସିକଧାରୀ / କାଳିସୀଙ୍କ ହାତରେ ନିଜ ପିଲା ମାନଙ୍କୁ ଦେଇ ସେମାନଙ୍କ ଅ।ର୍ଶିବାଦ କାମନା କରିଥାନ୍ତି । ବିଶ୍ଵାସ ଅଛି ଏହି ଖାଇରେ ବୁଲିଲେ ମନସ୍କାମନା ପୂରଣ ହେବା ସହିତ ସମସ୍ତଙ୍କ ମଙ୍ଗଳ ହୋଇଥାଏ ବୋଲି ବିଶ୍ଵାସ ରହିଆସିଛି।

ଏହି ପରଂପରା ବହୁ ପୁରାତନ କାଳରୁ ରହିଆସିଛି । ମାଙ୍କ ପାଖରେ ନିଜକୁ ସମର୍ପି ଦେଉଥିବାରୁ କଣ୍ଟା ଦେହରେ ଫୋଡି ହୋଇଥିଲେ ମଧ୍ୟ ମାନସିକଧାରୀଙ୍କର କୈାଣସି କ୍ଷତି ହୋଇନଥାଏ । ଏଠାରେ ମାନସ ମନାସିଲେ ମନସ୍କାମନା ପୂରଣ ହୋଇଥାଏ । ବିଶେଷକରି ନିଃସନ୍ତାନ ଥିବା ମହିଳା ମାନେ ଏଠାରେ ଗୁହାରି ପଡିଲେ ସନ୍ତାନ ଲାଭ କରିଥାନ୍ତି ବୋଲି ବିଶ୍ଵାସ ରହିଥିବା ବେଳେ ଖାଇରେ ମାନସିକଧାରୀ ପାଟୁଅ। ବୁଲୁଥିବା ସମୟରେ ପିଲା ମାନଙ୍କୁ ସ୍ପର୍ଶ କଲେ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ଵାସ ରହି ଅ।ସିଛି ।

ଖାଇରେ ବୁଲିବା ସମୟରେ କାଳିସୀମାନଙ୍କ ଦ୍ଵାରା ଫିଙ୍ଗା ଯାଉଥିବା ଖଜୁରୀ କୋଳି ଓ ଅ।ମ୍ଵକୁ ଖାଇଲେ ନିଃସନ୍ତାନ ସନ୍ତାନ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ଵାସ ରହି ଆସିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com