ଓଡ଼ିଶା

ପଦାରେ ପଡ଼ିଲା ଲୁମେକ୍ସ ମହାଠକେଇର ଆଉ ଏକ ଦିଗ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ ;  ଆଇନର ରକ୍ଷାକବଚ ସହ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଓକିଲାତି ବୃତ୍ତିକୁ ସବୁବେଳେ ଏକ ଉଦାହରଣ ରୂପେ ଗ୍ରହଣ କରାଯାଇଥାଏ। କିନ୍ତୁ, ଫସଲ ସୁରକ୍ଷାରେ ଥିବା ବାଡ଼ ଯଦି ଖୋଦ୍ ଫସଲ ଖାଇବ ଦୋଷ ଦେବା କାହାକୁ ? ଏହି ମର୍ମରେ ଆଇନ ସୁରକ୍ଷାଦାତା ଖୋଦ୍ ଓକିଲ ନିଜର ନିହିତ ସ୍ୱାର୍ଥ ପାଇଁ କିଭଳି ବେଆଇନ ବାଟ ଧରିଛି ତାହାର ଏକ ନଗ୍ନ ସ୍ବରୂପ ପଦାକୁ ଆସିଛି।

ବହୁ ଚର୍ଚ୍ଚିତ ଲୁମେକ୍ସ ମହାଠକେଇ ଘଟଣାରେ ଦୁଇ ଓକିଲ ଅନୁପ ପଟ୍ଟନାୟକ ଏବଂ ଜ୍ୟୋତି ନନ୍ଦ ନିଜ ମହକିଲ ତଥା ଲୁମେକ୍ସ ଠକାମିର ଅଭିଯୁକ୍ତ ରାଜୀବ ଦାସ, ସୋନିଆ ତ୍ରିପାଠୀ ଆଦିଙ୍କୁ ବଞ୍ଚାଇବା ପାଇଁ ବେଆଇନ ବାଟ ଅବଲମ୍ବନ କରିଥିବା ଧରା ପଡ଼ିଥିଲେ। ଏବେ ଏହି ଘଟଣାରେ ଆଉ ଜଣେ ଓକିଲ ବିଭୂତି ଭୂଷଣ ମିଶ୍ର ଅନୁରୂପ ଢଙ୍ଗରେ ମିଛ ମେଡିକାଲ ରିପୋର୍ଟ ପ୍ରଦାନ କରିଥିବା ପ୍ରମାଣ ମିଳିଛି। ଏହି ମିଛ ମେଡିକାଲ ରିପୋର୍ଟ ଧରା ପଡିବା ପରେ ଅଭିଯୁକ୍ତଙ୍କ ଆଗୁଆ ଜାମିନ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରା ଖାରଜ ହୋଇଛି।

ଇତି ମଧ୍ୟରେ ଇନଫୋସିଟି ଥାନା-କଟକର ସିଡିଏ ଥାନା ସହାୟତାରେ ଓକିଲ ବିଭୂତିଙ୍କ ଘର ରେଡ୍ କରିଥିଲେ ବି ସେ ସେ ଫେରାର୍ ଅଛନ୍ତି। ପୋଲିସ ସ୍ବତନ୍ତ୍ର ଜରିଆରେ ଏମାନଙ୍କୁ ଗିରଫ ପାଇଁ ପ୍ରକ୍ରିୟା ଚାଲୁରଖିଛି। ନ୍ୟାୟ ବ୍ୟବସ୍ଥା ଏଭଳିକି ମାନ୍ୟବର ହାଇକୋର୍ଟଙ୍କୁ ଅନ୍ଧାରରେ ରଖିବାକୁ ନକରାତ୍ମକ ଉଦ୍ୟମ କରୁଥିବା ଆଇନର ଏହି ଭକ୍ଷକମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇ ପଡ଼ିଛି।ବାର୍ କାଉନସିଲ ଏଭଳି ତଥାକଥିତ ଓକିଲଙ୍କ ଲାଇସେନ୍ସ ବାତିଲ କରି ଆଇନର ସୁରକ୍ଷା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com