ଓଡ଼ିଶା

ବିଡାନାସି ଓ ପୁରୀଘାଟ ଥାନାର ନୂତନ ଗୃହ ଉଦଘାଟନ କରିଲେ ପୋଲିସ ଡିଜି

କଟକ () କଟକ ବିଡାନାସି ଓ ପୁରିଘାଟ ଥାନାର ନୂତନ ଗୃହ ଉତଘାଟନ କରିଛନ୍ତି ପୁଲିସ ଡିଜି ଶ୍ରୀ ସୁନୀଲ ବଂଶଲ । ଏହି ଅବସରରେ କଟକ ମେୟର ସୁବାଷ ସିଂ, କଟକ ବାରବାଟୀ ବିଧାୟକ ମହମଦ ମୋକିମ ଉପସ୍ଥିତ ଥିଲେ।

ଏହି ଦୁଇଟି ଥାନା ଅତି ସୁନ୍ଦର ଭାବେ ତିଆରି ହୋଇଛି । କଟକ ସହରର ଏଭଳି ଥାନା ଗୃହ ପ୍ରଥମ ବୋଲି ଦେଖିବାକୁ ମିଳିଛି। ଏଥିରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବା ସହ ଏହାକୁ ଅତି ଆଧୁନିକ ଶୈଳୀରେ ତିଆରି କରାଯାଇଛି ।

ଏଥିରେ ପିଲାମାନଙ୍କ ପାଇଁ ଚିଲଡ୍ରେନ ରୁମ, ଆଡ଼ଭୋକେଟ ବସିବା ପାଇଁ ଏକ ରୁମ ,କମ୍ପୁଟର ରୁମ ,ମାଲଖାନା, ସ୍ୱତନ୍ତ୍ର ହାଜ଼ତ ପୁରୁଷ ଓ ମହିଳାଙ୍କ ପାଇଁ ତିଆରି ହୋଇଛି ।

ଏହି ଅବସରରେ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ,କଟକ ଡିସିପି ପ୍ରତୀକ ସିଂ, ସମସ୍ତ ଜୋନ ଏସିପି ,ଥାନା ଅଧିକାରୀ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com