Breaking NewsFeaturedଓଡ଼ିଶା

କୋଲକାତା-ପୁରୀ ବସ୍ ଭଣ୍ଡାରିପୋଖରୀରେ ଓଲଟି ପଡ଼ିଲା, ୪୦ ଆହତ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିଥାନ୍ତେ । ହେଲେ ଅଧାରେ ରହିଗଲା ଜଗା ଦର୍ଶନ । ପୁରୀରେ ପହଞ୍ଚିବା ପୂର୍ବରୁ ଅଧା ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ୱିରିଷ୍ଟ ବସ । ଯେଉଁଥିରେ ୨୫ ଜଣ ତୀର୍ଥଯାତ୍ରୀ ଆହତ ହୋଇଥିବା ସୂଚନା । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁବାର ସକାଳେ ଶିବମ ନାମକ ଏକ ଟ୍ୱିରିଷ୍ଟ ବସ ପଶ୍ଚିମବଙ୍ଗରୁ ପର୍ଯ୍ୟଟକଙ୍କୁ ନେଇ ପୁରୀ ଯାଉଥିଲା। ଏଥିରେ ପ୍ରାୟ ୬୨ରୁ ଅଧିକ ଜଣ ପର୍ଯ୍ୟଟକ ଥିଲେ ।

୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଭଣ୍ଡାରିପୋଖରୀ ପେଟ୍ରୋଲପମ୍ପ ନିକଟରେ ବସଟି ଓଲଟି ପଡିଥିଲା । ଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୪୦ ଜଣ ଯାତ୍ରୀ ଆହତ ହୋଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକ, ପୁଲିସ ଓ ଅଗ୍ନିଶମ ବାହିନୀ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରାଯାଇଛି । ଅନ୍ୟପଟେ ଦୁର୍ଘଟଣାର କାରଣ ଜଣା ପଡିନଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି କେମିତି ଆଉ କିପରି ହେଲା ଦୁର୍ଘଟଣା ସେନେଇ ତଦନ୍ତ ଆରମ୍ଭ କରିଛି ।

ସେହିପରି ବୁଧବାର କଟକରୁ କରଞ୍ଜିଆ ଅଭିମୁଖେ ଯାତ୍ରା କରୁଥିବା ଏକ ଯାତ୍ରୀବାହି ବସ ଭାରସ୍ୟାମ ହରେଇ ଓଲଟି ପଡିଥିଲା । ଯାଜପୁର ରୋଡ କୋରେଇ ଥାନା ଜନ୍ନା ଛକ ନିକଟରେ ଏହି ବସଟି ହଠାତ ଭାରସ୍ୟାମ ହରେଇ ରାସ୍ତା କଡକୁ ଖସି ପଡିଥିଲା । ଯେଉଁଥିରେ ପ୍ରାୟ ୪୨ ଜଣ ଯାତ୍ରୀ ଆହତ ହୋଇଥିଲେ । ସେହିପରି ୧୪ ଜଣଙ୍କ ଅସସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରେ ୨ ଶିଶୁ ଓ ୮ ଜଣ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ସେପଟେ ଦୁର୍ଘଟଣା ପରେ ବସ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।

 

Related Articles

Back to top button
WP Twitter Auto Publish Powered By : XYZScripts.com