ଓଡ଼ିଶା

ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ନିଜ ମାଟିରେ ଆଦୌ ଟି-୨୦ ସିରିଜ୍‌ ହାରିନି ଭାରତ, ଏମିତି ହୋଇପାରେ ପ୍ରଥମ ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆ ସ୍କ୍ବାଡ୍‌

କୋଲକାତା () ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ବୁଧବାର ଖେଳାଯିବ । ଏହା ପୂର୍ବରୁ କସରତ ଆରମ୍ଭ କରିଦେଇଛନ୍ତି ଉଭୟ ଟିମ୍‌ । ଅହମଦାବାଦରେ ଖେଳାଯାଇଥିବା ଦିନିକିଆ ସିରିଜ୍‌ରେ ୩-୦ରେ ମୂଳପୋଛ ହୋଇଯାଇଥିଲା ଭ୍ରମଣକାରୀ ଦଳ । ଏବେ ଟି-୨୦ ସିରିଜ୍‌ରେ ବଦ୍‌ଲା ନେବାକୁ ଜୋରଦାର କସରତ କରୁଛି । ଭାରତୀୟ ଦଳ ବର୍ତ୍ତମାନ ସୁଦ୍ଧା ଘରୋଇ ମାଟିରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ ହାରିନାହିଁ ।
ପ୍ରଥମ ଥର ପାଇଁ ୨୦୧୮ରେ ଟି-୨୦ ସିରିଜ୍‌ ଖେଳିବା ପାଇଁ ଭାରତ ଆସିଥିଲା ଓ୍ବେଷ୍ଟଇଣ୍ଡିଜ୍‌ ଦଳ । ତେବେ ସେହି ସିରିଜ୍‌ରେ ୩-୦ରେ ମୂଳ ପୋଛ ହୋଇଯାଇଥିଲା ଭ୍ରମଣକାରୀ ଟିମ୍‌ । ପରେ ପୁଣି ୨୦୧୯ରେ ମୁହାଁମୁହିଁ ହୋଇଥିଲେ ଉଭୟ ଦଳ । ଭାରତୀୟ ଦଳ ପୁଣି ସିରିଜ୍‌କୁ ୨-୧ରେ ଜିତିନେଇଥିଲା ।
ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ବର୍ତ୍ତମାନ ଯାଏଁ ଖେଳାଯାଇଥିବା ସିରିଜ୍‌ କଥା କହିବାକୁ ଗଲେ, ୨୦୧୧ରେ ଓ୍ବେଷ୍ଟଇଣ୍ଡିଜ୍‌ରେ ଖେଳାଯାଇଥିବା ଏକମାତ୍ର ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍‌କୁ ଜିତିନେଇଥିଲା ଭାରତ । ପରେ ୨୦୧୬ରେ ସେହି ଓ୍ବେଷ୍ଟଇଣ୍ଡିଜ୍‌ରେ ଖେଲଯାଇଥିବା ୨ଟିକିଆ ସିରିଜ୍‌କୁ ୧-୦ରେ ଜିତିନେଇଥିଲା ଘରୋଇ ଦଳ । ସେହିଭଳି ୨୦୧୭ରେ ୧-୦ରେ ଜିତିଥିଲା ଇଣ୍ଡିଜ୍‌ । ୨୦୧୮ରେ ଭାରତରେ ଖେଳାଯାଇଥିବା ୩ଟିକିଆ ସିରିଜ୍‌ରେ ମୂଳପୋଛ କରିଥିଲା ଭାରତ । ଏହାପରେ ୨୦୧୯ରେ ଓ୍ବେଷ୍ଟଇଣ୍ଡିଜ୍‌ ମାଟିରେ ଘରୋଇ ଦଳକୁ ୩-୦ରେ ପରାସ୍ତ କରିଥିଲା ଟିମ୍‌ ଇଣ୍ଡିଆ । ପରେ ପୁଣି ୨୦୧୯ରେ ଭାରତ ଗସ୍ତରେ ଆସିଥିବା ଇଣ୍ଡିଜ୍‌କୁ ୨-୧ରେ ହରାଇଥିଲା ଭାରତ ।
ପ୍ରଥମ ଟି-୨୦ ପାଇଁ ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଇଶାନ କିଷାନ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ବିକେଟ୍‌ କିପର), ଭେଙ୍କଟେଶ୍‌ ଆୟର, ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, ହର୍ଷଲ ପଟେଲ, ମହମ୍ମଦ ସିରାଜ୍‌ ଓ ଯୁଜବେନ୍ଦ୍ର ଚହଲ,

Related Articles

Back to top button
WP Twitter Auto Publish Powered By : XYZScripts.com