ଓଡ଼ିଶା

ଅଭାବନୀୟ ଦୃଶ୍ୟ : ପଇସା ସୁଝି ନପାରିବାରୁ ୪୮ ଘଣ୍ଟା ଧରି ଶବ ପଡ଼ି ରହିଲା !

ଦେବଗଡ଼ () ମରିଗଲା ମାନବିକତା । ଗାଁ ସମାଜ ପାଣ୍ଠିରୁ ନେଇଥିବା ଟଙ୍କା ସୁଝିନପାରିବାରୁ ୪୮ ଘଂଟା ହେବ ପଡ଼ି ରହିଛି ମୃତଦେହ । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ବିଜୟନଗର ଗାଁରେ । ୧୯ ବର୍ଷ ତଳେ ଗାଁ ସମାଜ ପାଣ୍ଠିରୁ ୪ ଶହ ଟଙ୍କା ଧାର ନେଇଥିଲେ ସୋମା ହେମ୍ବ୍ରମ୍ । କିନ୍ତୁ ସେ ଏହି ଟଙ୍କା ପରିଶୋଧ କରିନଥିଲେ ।
ସୋମବାର ରାତିରେ ତାଙ୍କର କିଡ୍ନୀ ରୋଗରେ ମୃତ୍ୟୁ ହୋଇଥିଲା । ହେଲେ ଶବ ସତ୍କାର ପାଇଁ ସୁଧ ମୂଳ ସହ ୧୨ ହଜାର ଟଙ୍କା ଓ ଜୋରିମାନ ୨୫ ହଜାର ଟଙ୍କା ପଇଠ ନକଲେ ଶବ ସତ୍କାର କରାଯିବ ନାହିଁ ବୋଲି ଫତୁଆ ଜାରି ହୋଇଛି । ଫଳରେ ସାମବାରଠାରୁ ମୃତଦେହ ପଡ଼ି ରହିଛି । ସ୍ୱାମୀଙ୍କ ମୃତଦେହ ପଡ଼ି ରହିଥିବାରୁ ସ୍ତ୍ରୀ ଅର୍ଥ ଯୋଗାଡ ପାଇଁ ଏଣେତେଣେ ବୁଲୁଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com