ଓଡ଼ିଶା

ଅନୁଭବଙ୍କ ଭିଡିଓ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ବର୍ଷା

କଟକ: ଅନୁଭବଙ୍କର ଭିଡିଓ ବିରୁଦ୍ଧରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ବର୍ଷା । ସାମାଜିକ ଗଣମାଧ୍ୟମରେ ଅପମାନଜନକ ମନ୍ତବ୍ୟ ନେଇ ମାମଲା ଦାୟର କରିଛନ୍ତି । ଆଜି ହାଇକୋର୍ଟରେ ଶୁଣାଣି ହେବ । ଏ ସଂକ୍ରାନ୍ତରେ ସାଇବର ଥାନାରେ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ସୋସିଆଲ ମିଡିଆରେ ଅନୁଭବ ଭିଡିଓ ପୋଷ୍ଟ କରି ବିଭିନ୍ନ କଥା କହୁଥିବାରୁ ତାଙ୍କର ସମ୍ମାନହାନୀ ହେଉଥିବା ଅଭିଯୋଗ କରି ସେ ହାଇକୋର୍ଟ ଯାଇଛନ୍ତି । ଆପତ୍ତିଜନକ ପୋଷ୍ଟ ଉପରେ ଅଙ୍କୁଶ ଲଗାଇବାକୁ ଆବେଦନ କରିଛନ୍ତି ବର୍ଷା । ଏହି ମାମଲାରେ କେନ୍ଦ୍ର ସରକାର, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ, ରେଜିଷ୍ଟ୍ରର ଅଫ ନ୍ୟୁଜ ପେପର୍ସ ଅଫ ଇଣ୍ଡିଆ ଏବଂ ଅନୁଭବ ମହାନ୍ତିଙ୍କୁ ପକ୍ଷଭୁକ୍ତ କରିଛନ୍ତି ବର୍ଷା ।

ଗତ କିଛି ଦିନ ତଳେ ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ଏକ ଲିଖିତ ଅଭିଯୋଗ କରିଥିଲେ । ଏତଲାରେ ବର୍ଷା ଅଭିଯୋଗ କରି ଲେଖିଥିଲେ, ଅନୁଭବ ମନଗଢ଼ା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ତାଙ୍କୁ ଆକ୍ଷେପ କରି ଅନେକ କିଛି କହିଛନ୍ତି । ତାଙ୍କ ନାରୀତ୍ୱକୁ ଅପମାନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com