ଓଡ଼ିଶା

ନୂତନ ପଞ୍ଚମୁଖି ହନୁମାନ ମନ୍ଦିର ପ୍ରତିଷ୍ଠା

କଟକ() ଭକ୍ତିମୟ ପରିବେଶରେ ଉଦଘାଟନ ହେଲା ପ୍ରଭୁ ପଞ୍ଚମୁଖି ହନୁମାନ ମନ୍ଦିର। କଟକ ଖାନନଗର ମଣି ମନ୍ଦିର ପରିସରରେ ନୂତନ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଯେଉଁଥିରେ କି ପ୍ରଭୁ ପଞ୍ଚମୁଖି ହନୁମାନଙ୍କ ନୂତନ ବିଗ୍ରହ ବିରାଜମାନ ଅଛନ୍ତି। ନୂତନ ମନ୍ଦିର ଏବଂ ବିଗ୍ରହ ପ୍ରତିଷ୍ଠା ଅବସରରେ ୧୦୮ କଳସ ଶୋଭାଯାତ୍ରା କରାଯାଇଥିଲା।

ଆଖପାଖ ଅଞ୍ଚଳର ମହିଳା ମାନେ କାଠଯୋଡ଼ି ନଦୀରୁ ଜଳ ଆଣି ସାହି ପରିକ୍ରମା କରିବା ପରେ ମନ୍ଦିରରେ ପହଞ୍ଚି ଥିଲେ। କଳସ ଶୋଭାଯାତ୍ରା ସମୟରେ ପାରମ୍ପରିକ ବାଦ୍ୟଯନ୍ତ୍ର ରେ ସାରା ଅଞ୍ଚଳ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।

ହନୁମାନ ମନ୍ଦିର ର ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ରୀତିନିତିରେ ପୂଜାର୍ଚ୍ଚନା କରାଯାଇ ଆବାହନ କରାଯିବା ସହ ଯଜ୍ଞ,ପୁର୍ଣ୍ଣାହୁତି ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯାଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ରେ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ବାବା ପଞ୍ଚମୁଖିଙ୍କ ଆଶିଷ ଲାଭ କରିଥିଲେ।

ଗତକାଲିଠାରୁ ଏହି ମନ୍ଦିରର ଆଡମ୍ବରପୁର୍ଣ୍ଣ ଉତ୍ସବ ପାଳନ ହୋଇଥିବା ବେଳେ ଆସନ୍ତାକାଲି ମନ୍ଦିରର ସବୁ କାର୍ଯ୍ୟକ୍ରମ ସମାପନ ହେବ ବୋଲି କହିଛନ୍ତି ପରିଚାଳନା କମିଟିର ସଦସ୍ୟ।

Related Articles

Back to top button
WP Twitter Auto Publish Powered By : XYZScripts.com